Masthead

ବହି ପଢ଼ିଲେ ଲୁହ ଝରୁଛି

ଭଞ୍ଜନଗର, (ବଡ଼ ଖବର ବ୍ୟୁରୋ): ବହି ପଢ଼ିଲେ ଆଖିରୁ ଝରୁଛି ଲୁହ। ପାଠପଢ଼ା ପ୍ରତି ଆଗ୍ରହ ରଖି ଭଲ ପଢ଼ୁଥିବା ମୌସୁମୀ ଏବେ ବହି ପଢ଼ିଲେ ତାଙ୍କ ଆଖି ଲୁହରେ ଭରିଯାଉଛି। ଗରିବ ପରିବାର ହୋଇଥିବାରୁ ଉନ୍ନତ ଚିକିତ୍ସା ହେଇପାରୁନି। ତେଣୁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମର ସନ୍ୟାସୀ ସାହୁଙ୍କ ଝିଅ ମୌସୁମୀ ସାହୁ। ବୟସ ୮ ବର୍ଷ। ବିଦ୍ୟାଳୟରେ ଖେଳୁ ଖେଳୁ ଅସାବଧାନତା ବଶତଃ ତାଙ୍କ ବାମ ଆଖିରେ ଆଘାତ ଲାଗିଥିଲା। ପରେ ଆଖି ଫୁଲିବା ସହ ଦୃଷ୍ଟିଶକ୍ତି କମିବାରେ ଲାଗିଲା। ଆଥିର୍କ ଅବସ୍ଥା ଭଲ ନ ଥିବାରୁ ଉନ୍ନତ ଚିକିତ୍ସା ହୋଇପାରିଲାନି। ପରେ ରୋଟାରି କ୍ଲବ୍ ସହାୟତାର ହାତ ବଢ଼ାଇବାରୁ ମୌସୁମୀଙ୍କ ପରିବାର ବି ଆଶ୍ୱସ୍ତ ହୋଇଥିଲେ। ଚିକିତ୍ସା ପରେ ଝିଅର ଦୃଷ୍ଟିଶକ୍ତି ଫେରିପାଇବା ନେଇ ବାପା, ମା’ ଆଶା ବାନ୍ଧିଥିଲେ। କିନ୍ତୁ ଉନ୍ନତ ଚିକିତ୍ସା ମିଳିପାରି ନ ଥିବାରୁ ବାମ ଆଖି ସହ ଏବେ ଡାହାଣ ଆଖିର ଦୃଷ୍ଟିଶକ୍ତି ମଧ୍ୟ କମିବାରେ ଲାଗିଛି।

ରୋଟାରି କ୍ଲବ ଏବଂ ପୂର୍ବତନ ନବରଙ୍ଗପୁର ଜିଲ୍ଲାପାଳ ରୋଟାରିଆନ୍ ଶିବବ୍ରତ ଦାସଙ୍କ ସହାୟତାରେ କଟକସ୍ଥିତ ଜେପିଏମ୍ ରୋଟାରି ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସା ଆରମ୍ଭ ହେଲା। ପରୀକ୍ଷା ପରେ ମୌସୁମୀଙ୍କ ଆଖିରେ ଟ୍ରମାଟିକ୍ ‘କ୍ୟାଟ୍ ରକ୍କ’ ହୋଇଥିବା ଜଣାପଡ଼ିଥିଲା। ଏହାର ଅପରେସନ ବି କରାଯାଇଥିଲା। ଆଖିର ପଟି ଖୋଲିବା ପରେ ଲେନ୍ସ୍ ସାହାଯ୍ୟରେ ମୌସୁମୀ ଦେଖିପାରିବେ ବେଲି ଡାକ୍ତର କହିଥିଲେ। ପ୍ରଥମେ କିଛି ଦିନ ସପ୍ତାହରେ ଥରେ ଏବଂ ପରେ ୧୫ ଦିନରେ ଥରେ ଚେକ୍ଅପ୍ ପାଇଁ ଡାକ୍ତର ପରାମର୍ଶ ଦେବାଇଥିଲେ। ଚେକଅପ ପାଇଁ ମୌସୁମୀ କଟକ ଯାଉଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ବାରମ୍ବାର ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ପାଠପଢ଼ା ପାଇଁ ଆଗ୍ରହ ରଖିଥିବା ମୌସୁମୀଙ୍କ ଜୀବନରେ କଳା ବାଦଲ ଖେଳିଯାଇଛି। ବାମ ଆଖି ପରେ ଡାହାଣ ଆଖିର ଦୃଷ୍ଟିଶକ୍ତି ବି ଧୀରେ ଧୀରେ କମିବାରେ ଲାଗିଛି। ସରକାରୀ ସ୍ତରରେ ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାକୁ ଚାହିଁ ବସିଛନ୍ତି ମୌସୁମୀଙ୍କ ପରିବାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ