ଟିମ୍ ଇଣ୍ଡିଆର ଆଶା ଧୂଳିସାତ୍

(ବଡ଼ ଖବର ବ୍ୟୁରୋ)   ସବୁ ଆଶା ଆଶାରେ ରହିଗଲା । ଆଫଗାନିସ୍ତାନର ପରାଜୟ ସହ ଚଳିତ ଆଇସିସି ଟି ୨୦ ବିଶ୍ୱକପରେ ଟିମ ଇଣ୍ଡିଆର ସେମିଫାଇନାଲରେ ଆଶା ମଉଳି ଯାଇଛି । ରବିବାର ଆଇସିସି ଟି ୨୦ ବିଶ୍ୱକପର ଗୃପ-୨ର ଏକ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ ପାଇଁ ଟିକେଟ କାଟିଛି । ସେପଟେ ନ୍ୟୁଜଲ୍ୟାଣ୍ଡର ଏହି ବିଜୟ ଭାରତର ବିଶ୍ୱକପ ଅଭିଯାନରେ ବ୍ରେକ ଲଗେଇ ଦେଇଛି ।

ତେବେ ଶେଖ ଜାୟଦ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୨୪ ରନ କରିଥିଲା । ସେହିପରି ନ୍ୟୁଜଲ୍ୟାଣ୍ଡ ମାତ୍ର ୧୮.୧ ଓଭରରେ ୨୨ ୱିକେଟ ହରାଇ ଏହି ଲକ୍ଷକୁ ହାସଲ କରିନେଇଛି । ନ୍ୟୁଜଲ୍ୟାଣ୍ଡ ପାଇଁ କ୍ୟାପଟେନକେନ ୱିଲିୟମସନ୍ ସର୍ବାଧିକ ୪୦(୪୨ ବଲ୍, ୩ ଚୌକା) ଓ ଡେଭେନ୍ କନୱେ ୩୬(୩୨ ବଲ, ୪ ଚୌକା)ରନ କରି ଅପରାଜିତ ଥିଲେ ।

୧୨୫ ରନର ସହଜ ଲକ୍ଷର ପିଛା କରୁଥିବା ନ୍ୟୁଜଲ୍ୟାଣ୍ଡକୁ ଭଲ ଷ୍ଟାର୍ଟ ମିଳିଥିଲା । ଓପ୍ନର ମାର୍ଟିନ ଗପ୍ଟିଲ୍ ଓ ଡାରିଏଲ ମିଚେଲ୍ ପ୍ରଥମ ୱିକେଟ ପାଇଁ ୨୬ ରନ ଯୋଡିଥିଲେ । ମିଚେଲ ୧୭ ରନ କରି ମୁଜୀବ-ଉର-ରେହମାନଙ୍କ ଶିକାର ହୋଇଥିଲେ । ତେବେ କ୍ୟାପଟେନ ୱିଲୟମସନ ଓ କନୱେ ତୃତୀୟ ୱିକେଟ ପାଇଁ ୬୮ ରନର ଭାଗିଦାରୀ କରି ନିଜ ଦଳକୁ ଜିତାଇଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ