Masthead

ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଥିବା ମୂଷାର କାହାଣୀ

(ବଡ଼ ଖବର ବ୍ୟୁରୋ): ଆପଣ ନିଶ୍ଚୟ ସାହସିକତାର ଅନେକ କାହାଣୀ ଶୁଣିଥିବେ । କିନ୍ତୁ ଆମେ ଏବେ ଯେଉଁ କାହାଣୀଟି କହୁଛୁ ସମ୍ପୂର୍ଣ୍ଣ ଭିନ୍ନ । ୭୧ ଲ୍ୟାଣ୍ଡମାଇନ୍ ସୁଡ଼ଙ୍ଗ ଖୋଜି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବା ଭଳି ସାହସିକତାର କାର୍ୟ୍ୟ କରିଥିବା ଏକ ପ୍ରାଣୀ ବିଷୟରେ କହୁଛି । ଏହି ମହାନ୍ ପ୍ରାଣୀ ମଣିଷ ନୁହେଁ । ମଣିଷ ଦ୍ୱାରା ଏପରି ମହାନ୍ କାର୍ଯ୍ୟ ସମ୍ଭବ ନୁହେଁ । ଏଭଳି ମହାନ୍ କାର୍ଯ୍ୟ କରିଛି ଏକ ଛୋଟିଆ ମୂଷା । କାମ୍ବୋଡିଆର ମୂଷା ମାଗାୱା ଏଭଳି କାମ କରିଛି । ଆଫ୍ରିକୀୟ ପ୍ରଜାତିର ଏହି ମୂଷାର ନାମ ମାଗାୱାର । ମାଗାୱାର ସାହସିକତାର କାହାଣୀ ଖୁବ ଲମ୍ବା । ତାକୁ ବେଲଜିୟମର ଏକ ଏନଜିଓ ଏପିଓପିଓ ଦ୍ୱାରା ତାଲିମ ଦିଆଯାଇଛି। ମାଗାୱାକୁ ଦୁନିଆର ସବୁଠାରୁ ସଫଳ ମୂଷା ବୋଲି ମନେକରାଯାଏ । ଦୀର୍ଘଦିନଧରି ଅନେକ ସାହସିକ କାର୍ୟ୍ୟ କରିବା ପରେ ଜୁନ୍ ୬ରେ ମାଗାୱା ଅବସର ନେଇଛି । ମାଗାୱାର ହ୍ୟାଣ୍ଡେଲର୍ ମାଲିନ୍ କୁହନ୍ତି, ମାଗାୱାଙ୍କ ସହ କାମ କରି ମୁଁ ଅତ୍ୟଧିକ ଗର୍ବିତ । ସେ ଏତେ ଛୋଟ ପ୍ରାଣୀ ହୋଇଥିଲେ ମଧ୍ୟ ଅନେକଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛନି । ତା’ର ସ୍ୱାସ୍ଥ୍ୟ ଏବେ ବି ଭଲ ଅଛି । କିନ୍ତୁ ବର୍ତ୍ତମାନ ଅବସରର ସମୟ ଆସିଛି। ଯଦିଓ ମାଗାୱା ସ୍ଥାନ ପୂରଣ କରିବା ସହଜ ନୁହେଁ । ସାତ ବର୍ଷର ମୂଷା ମାଗାୱାର ଦେଶପ୍ରୀତି ଓ ଅଦମ୍ୟ ସାହସ ଯେଗୁଁ କାମ୍ବୋଡିଆର ସର୍ବୋଚ୍ଚ ନାଗରିକ ପୁରସ୍କାର ତାକୁ ମିଳିସାରିଛି ।

ଗତବର୍ଷ ମାଗାୱା ନିଜର ସାହସିକତା ପାଇଁ ବ୍ରିଟିଶ୍ ଚାରିଟିର ଟପ୍ ସିଭିଲ୍ ଆୱାର୍ଡ ମଧ୍ୟ ପାଇଛି । ଏହି ପୁରସ୍କାର ପୂର୍ବରୁ କେବଳ କୁକୁରମାନଙ୍କୁ ର ସାହସିକ କାର୍ୟ୍ୟ ପାଇଁ ଦିଆଯାଉଥିଲା । ଏହି ମୂଷାକୁ ସେତେବେଳେ ତାଲିମ ଦିଆଯାଇଥିଲା ଯେବେ କାମ୍ବୋଡିଆର ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଲ୍ୟାଣ୍ଡମାଇନ୍ ଚିହ୍ନଟ କରିବାର ଥିଲା । ପ୍ରଶିକ୍ଷଣ ପରେ ନିଜର କାମ ସେ ସଠିକ ଭାବରେ ତୁଲାଇ ଥିଲା । ଏହି ଛୋଟ ମୂଷା ନିଜର ଶୁଙ୍ଘିବା କ୍ଷମତା ଦ୍ୱାରା ୧.୪ ଲକ୍ଷ ବର୍ଗ ମିଟର ଅର୍ଥାତ ୨୦ ଟି ଫୁଟବଲ୍ ପିଚ୍ ଭଳି ସ୍ଥାନକୁ ଲ୍ୟାଣ୍ଡମାଇନ୍ ମୁକ୍ତ କରିବାରେ ସାହାଯ୍ୟ କରିଛି। ଏହା ଦ୍ୱାରା ହଜାର ହଜାର ଜୀବନ ରକ୍ଷା ପାଇଛି । କେବଳ ଏତିକି ନୁହେଁ, ଏହା ମୂଷା ୨୮ ଟି ଜୀବନ୍ତ ବିସ୍ଫୋରକ ମଧ୍ୟ ଚିହ୍ନଟ କରିଛି । ୧୯୭୦ ରୁ ୧୯୮୦ ମଧ୍ୟରେ କାମ୍ବୋଡିଆରେ ଭୟଙ୍କର ଗୃହଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧ ତ ସରିଲା, କିନ୍ତୁ ଶତ୍ରୁମାନଙ୍କୁ ହତ୍ୟା କରିବା ପାଇଁ ବହୁ ପରିମାଣରେ ଲ୍ୟାଣ୍ଡମାଇନ୍ ବ୍ୟବହାର କରାଯାଉଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ