Masthead

ବାତିଲ ହେଲା ତାଲିବାନର ସରକାର ଉଦଘାଟନୀ ଉତ୍ସବ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବାତିଲ ହେଲା ତାଲିବାନ ସରକାର ଉଦଘାଟନୀ ଉତ୍ସବ । ୯/୧୧ ରେ ହେବାକୁ ଥିବା ଆଫଗାନ ସରକାର ଏଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ମିତ୍ର ରାଷ୍ଟ୍ରମାନଙ୍କ ଚାପର ବଶବର୍ତ୍ତୀ ହୋଇ ଉତ୍ସବକୁ ବାତିଲ କରିଥିବା ରୁଷର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଆଫଗାନ ସରକାରଙ୍କ କଲ୍ଚୁରାଲ କମିଶନର ସଦସ୍ୟ ଇନାମୁଲ୍ଲା ସମନଗନୀ ଟୁଇଟ୍‌ କରି କହିଥିଲେ, ଅଳ୍ପ କେଇ ଦିନ ତଳେ ନୂତନ ଆଫଗାନ ସରକାରର ଉଦ୍‌ଘାଟନୀ ଉତ୍ସବକୁ ବାତିଲ କରାଯାଇଛି।

ଜନସାଧାରଣଙ୍କୁ ଆଉ ବିଭ୍ରାନ୍ତ ନ କରାଇ ‘ଇସ୍‌ଲାମିକ୍‌ ଏମିରେଟ୍‌ସ୍‌’ର ନେତୃତ୍ବ, କ୍ୟାବିନେଟ୍‌ର କିଛି ଅଂଶ ଘୋଷଣା କରିଛି, ଏବଂ ତାହା କାର୍ୟ୍ୟ ଆରମ୍ଭ କରିସାରିଲାଣି। ଉଦ୍‌ଘାଟନୀ ଉତ୍ସବକୁ ତାଲିବାନ୍ ରୁଷ୍‌, ଇରାନ୍‌, ଚୀନ୍‌, କତାର ଏବଂ ପାକିସ୍ତାନକୁ ଆମନ୍ତ୍ରଣ କରିଥିଲା। କିନ୍ତୁ, ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଏବଂ କାବୁଲ ସରକାରଙ୍କ ମଧ୍ୟସ୍ଥତା କରୁଥିବା କତାରକୁ ମସ୍କୋ ବାରମ୍ବାର ଜଣାଉଥିଲା କି, ୯/୧୧ ବାର୍ଷିକୀରେ ଆୟୋଜନ କରାଗଲେ ବି ସେ ଉଦ୍‌ଘାଟନୀ ଉତ୍ସବରେ ଅଂଶ ଗ୍ରହଣ କରିବ ନାହିଁ।

ଉଦ୍‌ଘାଟନୀ ଉତ୍ସବ ‘ଅମାନବୀୟ’ ମନେହେଉଥିବାରୁ ଆଦୌ ଉଦ୍‌ଘାଟନୀ ଉତ୍ସବ ନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ‘ନାଟୋ’ ମେଣ୍ଟ କତାରୀ ସରକାରଙ୍କ ଉପରେ ଚାପ ପକାଉଥିଲେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ସାମଗ୍ରିକ ସରକାର ପାଇଁ ସେମାନେ ଭରସା ଦେଇଥିଲେ ମଧ୍ୟ ନୂତନ କ୍ୟାବିନେଟ୍‌ର ସମସ୍ତ ସଦସ୍ୟ ପୁରୁଷ ଏବଂ ତାଲିବାନ୍‌ କଠୋର ଅର୍ଥ କରିଥିବା ‘ଶାରିୟା ଆଇନ’ ଅନୁସାରେ ଶାସନ ଚାଲିବ ବୋଲି ସୂଚନା ମିଳିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ