Masthead

ପୁଣି ସୀମାରୁ ଯବାନଙ୍କ ଦୁଃଖ, ସୋର ବିଧାୟକ ବିରୋଧରେ ଅଭିଯୋଗ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ସାମ୍ନାକୁ ଆସିଲା ଜଣେ ଓଡ଼ିଆ ଯବାନଙ୍କ ଦୁଃଖ । ଯବାନଙ୍କ ପାଇଁ ଏବେ ବାଲେଶ୍ବର ଜିଲ୍ଲାର ଆଇନ ପରିସ୍ଥିତି ହୋଇ ପଡିଛି ବିପର୍ଯ୍ୟସ୍ତ । ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ପରିବାର ଆଜି ଅସୁରକ୍ଷିତ । ବାଲେଶ୍ଵର ଜିଲ୍ଲା ନୀଳଗିରି ପରେ ପୁଣି ବାହାନଗା ଅଞ୍ଚଳର ଜଣେ ଯବାନ କହିଲେ ନିଜର ଦୁଖ ଓ ବେଦନା । ବାଲେଶ୍ଵର ଜିଲ୍ଲାପାଳ ଏବଂ ଏସପି କେହିବି ଦେଇପାରିଲେନି ମୋ ପରିବାରକୁ ନ୍ୟାୟ ।

ସୀମାରୁ ଥାଇ ନିଜେ ଭିଡିଓ ଭାଇରାଲ କରିଛନ୍ତି ଯବାନ ଜଣକ । ଭିଡିଓରେ କହିଛନ୍ତି ତାଙ୍କ ପରିବାରକୁ ଦୀର୍ଘଦିନ ଧରି ନିର୍ୟାତନା ଦେଉଛନ୍ତି ପୋଡ଼ଶୀ । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ରୁପଖଣ୍ଡ ଗାଁର ବିଜୟ କୁମାର ବେହେରା ମଣିପୁର ଇଣ୍ଡୋ ମେୟମାର ସୀମାରେ ନିଯୋଜିତ ଅଛନ୍ତି । ଗାଁରେ ଜମିବାଡିକୁ ନେଇ କିଛି ଲୋକ ତାଙ୍କ ପରିବାରକୁ ନିର୍ୟାତନା ଦେଉଛନ୍ତି । ପୋଲିସ ପାଖରେ ବାରମ୍ବାର ଅଭିଯୋଗ କଲେବି କିଛି ଫଳ ମିଳୁନି ।

ଯବାନ ଜଣକ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଏସପିଙ୍କୁ ଜଣାଇବା ପରେବି କେହି ଯବାନଙ୍କ ପରିବାର କଥା ବୁଝୁନାହାନ୍ତି । ପୋଡ଼ଶୀ ଜଣକ ମିଛ ରେପ କେଶରେ ଫସାଇ ଦେଇଥିବା କଥା କହିଛନ୍ତି ଯବାନ । କିଛିଦିନ ତଳେ ନୀଳଗିରି ଅଞ୍ଚଳରେ ଜଣେ ଯବାନଙ୍କ ଭିଡିଓ ଭାଇରାଲର ଚିତ୍ର ସାମ୍ନାକୁ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା