Masthead

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ସମ୍ବଲପୁର (ବଡ଼ ଖବର ବ୍ୟୁରୋ) ଆଜି ହେଉଛି ପଶ୍ଚିମ ଓଡ଼ିଶାର ସିଘା ତିହର ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଏହି ମହାନ୍ ଗଣପର୍ବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ’ଠୁ ସହର। ଲଗାତାର ଦ୍ବିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ଏହି ଗଣପର୍ବ ପାଳନ ହେବାକୁ ଯାଉଛି। ବାହାରେ କାମ କରୁଥିବା ଲୋକେ ଆସି ନିଜନିଜ ଘରେ ପହଞ୍ଚି ଗଲେଣି। ଘରେ ଘରେ ଏବେ ପର୍ବର ମାହୋଲ୍। ଲୋକେ କିଣାବିକା ଓ ନୂଆଁଖାଇ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

ଗତ ବର୍ଷ ନୂଆଁଖାଇ ସମୟରେ କରୋନା ପ୍ରକୋପ ଅଧିକ ଥିଲାବେଳେ ଚଳିତ ବର୍ଷ ସ୍ଥିତି ଅପେକ୍ଷାକୃତ ଭଲ ରହିଛି। କିନ୍ତୁ ଏଥର ଆସନ୍ନ ମରୁଡ଼ିକୁ ନେଇ ଚାଷୀକୁଳ ଚିନ୍ତାରେ ରହିଛି। ନୂଆଁଖାଇ କୃଷିଭିତ୍ତିକ ପର୍ବ ହୋଇଥିବାବେଳେ ଚାଷୀ ଘରେ ଏହାର ଜମକ ସବୁଠୁ ବେଶୀ। ହେଲେ ଚଳିତ ବର୍ଷ ଚିନ୍ତାରେ ଥିବାରୁ ଚାଷୀ ମନରେ ଉତ୍ସାହ ନାହିଁ। ତଥାପି ସବୁ ଝଡ଼ଝଞ୍ଜା ମଧ୍ୟରେ ଏହି ଗଣପର୍ବ ପାଳନ ପାଇଁ ଚାଷୀ ପରିବାର ଗୁଡ଼ିକରେ ପ୍ରସ୍ତୁତି ଚାଲିଛି। ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ଶନିବାର ପୂର୍ବାହ୍ନ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବାଂଶେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତ୍ଜନନୀ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହେବ। ସେହିପରି ପାଟଣାଗଡ଼ରେ ମା’ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ରେ ମା’ ସମଲେଶ୍ବରୀ, ସୁବର୍ଣ୍ଣପୁରରେ ମା’ ସୁରେଶ୍ବରୀଙ୍କଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ହେବ। ଏହାପରେ ଲୋକେ ଅନ୍ୟ ଦେବାଦେବୀ, ଗ୍ରାମ ଦେବାଦେବୀ, କୁଳ ଦେବତାଙ୍କୁ ନୂଆ ଭୋଗ ଲାଗି କରିବେ।

ଗାଁରୁ ସହର ସବୁ ସ୍ଥାନରେ ଅଧିଷ୍ଠିତ ଦେବାଦେବୀଙ୍କୁ ନବାନ୍ନ ଲାଗି ହେବ। ଏହାପରେ ପ୍ରତି ପରିବାରରେ ଇଷ୍ଟ ଦେବାଦେବୀଙ୍କଠାରେ ନବାନ୍ନ ଲାଗି ହୋଇ ନୂଆଁଖାଇ ପର୍ବ ଆରମ୍ଭ ହେବ। ପରିବାରର ସମସ୍ତ ସଦସ୍ୟ ଗୋଟିଏ ସ୍ଥାନରେ ସମବେତ ହୋଇ ନବାନ୍ନ ଖାଇବେ । ନୂଆଁଖାଇ ପାଇଁ ପୁରପଲ୍ଲୀରେ ଦୋକାନ, ବଜାରରେ ଭିଡ଼ ଲାଗି ରହିଛି। ପନିପରିବା, ଫଳମୂଳରୁ ନେଇ ବସ୍ତ୍ରାଳୟ ଗୁଡ଼ିକରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳୁଛି। ତିନି ଚାରି ଦିନ ହେଲା ସହରର ମୁଖ୍ୟ ବଜାର ଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି।

ଏହା ବ୍ୟତୀତ ନୂଆଁ ଧାନ, ସାରୁ ଶାଗ, କୁରେ ପତ୍ର, କରଡ଼ି ଆଦର ଚାହିଦା ମଧ୍ୟ ବେଶ୍ ବୃଦ୍ଧି ପାଇଛି। ତେବେ ନୂଆଁଖାଇ ସାରିବା ପରେ ଅପରାହ୍ନରୁ ହିଁ ଗୁରୁଜନ, ପଡ଼ୋଶୀ, ବନ୍ଧୁବାନ୍ଧବଙ୍କୁ ନୂଆଁଖାଇ ଜୁହାର୍ କରାଯିବାର ପରମ୍ପରା ରହିଛି। ମାତ୍ର ଗତ ବର୍ଷ ଭଳି ଏଥର ବି ଏହି ପର୍ବ କେବଳ ପରିବାର ମଧ୍ୟରେ ସୀମିତ ରହିବ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହେଉଥିବା ନୂଆଁଖାଇ ଭେଟଘାଟର ସାଂସ୍କୃତିକ କାର୍ଯ୍ୟକ୍ରମ ବି ଦେଖିବାକୁ ମିଳିବନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ