Masthead

ଭାରତ ସହ କଥା ହେଲା ତାଲିବାନ

(ବଡ଼ ଖବର ବ୍ୟୁରୋ)   ଭାରତ ସହ କଥା ହୋଇଛି ତାଲିବାନ । ଆଫଗାନିସ୍ତାନ ପ୍ରସଙ୍ଗରେ ମସ୍କୋରେ ଭାରତ ଓ ତାଲିବାନ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ତେବେ ଆଫଗାନିସ୍ତାନ ସରକାରର ଉପ ପ୍ରଧାନମନ୍ତ୍ରୀ ଅବ୍ଦୁଲ ସଲାମ ହନଫିଙ୍କ ନେତୃତ୍ୱରେ ତାଲିବାନୀ ପ୍ରତିନିଧିମଣ୍ଡଳ ଭାରତର ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ ଭାରତ ଆଫଗାନିସ୍ତାନକୁ ସହାୟତା ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇଥିବା ତାଲିବାନ ଦାବି କରିଛି ।

କିନ୍ତୁ ଭାରତ ପକ୍ଷରୁ ଏ ନେଇ କୌଣସି ସୂଚନା ମିଳିନାହିଁ । ସେପଟେ ଆପଗାନିସ୍ତାନର ମୁଖପାତ୍ର କହିଛନ୍ତି ଯେ, ଆଫାଗାନିସ୍ତାନର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଅବଦୁଲ ସଲାମ ହନଫିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତାଲିବାନ ପ୍ରତିନିଧି ମଣ୍ଡଳ ମସ୍କୋରେ ଭାରତୀୟ ପ୍ରତିନିଧିଙ୍କୁ ଭେଟିଛନ୍ତି । ସୂଚନା ଅନୁଯାୟୀ, ଭାରତୀୟ ପ୍ରତିନିଧିମଣ୍ଡଳ ଋଷର ନିମନ୍ତ୍ରଣ କ୍ରମେ ମସ୍କୋ ଫର୍ମାଟରେ ଭାଗ ନେବାକୁ ଯାଇଥିଲେ । ତେବେ ସେଠାରେ ତାଲିବାନ ମଧ୍ୟ ସାମିଲ ଥିଲା । ତାଲିବାନ ସହ ଭାରତର ପ୍ରଥମ ଔପଚାରିକ କଥାବାର୍ତ୍ତା ଅଗଷ୍ଟ ୩୧ ତାରିଖରେ ଦୋହାରେ ହୋଇଥିଲା ।

ଆଫଗାନର ଅନ୍ତରୀଣ କ୍ୟାବିନେଟ ଘୋଷଣା ପରେ ମସ୍କୋରେ ଏହା ପ୍ରଥମ ଆଲୋଚନା ।ତେବେ ବୈଠକରେ ତାଲିବାନ ମାନବ ଅଧିକାର ଉପରେ ଗୁରୁତ୍ୱ ଦେବ ବୋଲି କହିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ