Masthead

୧୧ ଘଣ୍ଟାର ଜେରା ପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

(ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା। ପ୍ରାୟ ୧୧ ଘଣ୍ଟାରୁ ଅଧିକ ସମୟ ଧରି ଏସଆଇଟିର ମାରାଥନ ଜେରା ପରେ ଶନିବାର ରାତିରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତେବେ ଜେରା ସମୟରେ ସଠିକ୍ ଜବାବ୍ ନମିଳିବା କାରଣରୁ ତାଙ୍କୁ ଗିରଫ କରାଯାଇଛି  । ଆଶିଷଙ୍କ ବିରୋଧରେ ହତ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁ, ଅପରାଧୀକ ଷଡ଼ଯନ୍ତ୍ର, ବେପରୁଆ ଗାଡ଼ି ଚାଳନା ଅପରାଧରେ ଗିରଫ କରାଯାଇଥିବା ଜଣାପଡ଼ିଛି। ୧୧ ଘଣ୍ଟାର ଜେରା ମଧ୍ୟରେ ଆଶିଷଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା ।

ରବିବାର ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଆଶିଷ ମିଶ୍ରାଙ୍କୁ ଶନିବାର ସକାଳ ୧୧ଟାରେ ପଚରାଉଚୁରା ପାଇଁ କ୍ରାଇମବ୍ରାଞ୍ଚ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ହେଲେ ଧାର୍ଯ୍ୟ ସମୟ ଆଗରୁ ଆସି ଆଶିଷ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଲଗାତାର ଜେରା କରାଯାଇଥିଲା ଏବଂ ଶେଷରେ ତାଙ୍କୁ ଗିରଫ ମଧ୍ୟ  କରାଯାଇଛି ।

ଘଟଣାର ୬ ଦିନ ପରେ ସେ ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚ ଅଫିସ୍ । ଦିନ ୧୧ଟା ସୁଦ୍ଧା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିବାକୁ ତାଙ୍କୁ ସମନ କରାଯାଇଥିଲା । ତେବେ ଡେଡଲାଇନର ୨୨ ମିନିଟ୍ ପୂର୍ବରୁ ହାଜର ହୋଇଥିଲେ ଆଶିଷ ମିଶ୍ର । ଏହାପରେ କ୍ରାଇମବ୍ରାଞ୍ଚ ଅଫିସରେ ମନ୍ତ୍ରୀଙ୍କ ପୁଅକୁ ଆରମ୍ଭ ହୋଇଥିଲା ପଚରାଉଚରା । ଅକ୍ଟୋବର ୩ ତାରିଖ ଅର୍ଥାତ୍ ଘଟଣା ଦିନ ୨ଟା ୩୬ରୁ ୩ଟା ୩୦ ମଧ୍ୟରେ ସେ କେଉଁଠି ଥିଲେ ବୋଲି ପ୍ରଶ୍ନ କରାଯାଇଥିଲା । ହେଲେ ସେ କୌଣସି ଉତ୍ତର ଦେଇନଥିବା କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା