Masthead

ବିଜେପିକୁ ରାହୁଲଙ୍କ ପ୍ରଶ୍ନ, କୋଟିପତିଙ୍କୁ କାହିଁକି ରକ୍ଷା କରୁଛି ବିଜେପି?

ରାୟପୁର (ବଡ଼ ଖବର ବ୍ୟୁରୋ): ବିଜେପିକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । କହିଲେ ବିଜେପି ସତ୍ତାଗ୍ରହୀ, ଆମେ ସତ୍ୟାଗ୍ରହୀ । ଆହୁରି ମଧ୍ୟ କହିଛନ୍ତି ଆଦାନୀ-ମୋଦି ଏକ । ଏବଂ ପ୍ରଶ୍ନ କରିଛନ୍ତି ବିଜେପି କାହିଁକି କୋଟିପତିଙ୍କୁ ରକ୍ଷା କରୁଛି? ‘ମୋତେ ୫୨ ବର୍ଷ ହେଲାଣି, ମୋର ନିଜର ଘର ନାହିଁ। ୨୦୧୪ରେ ଅଦାନୀ ବିଶ୍ୱର ଧନୀ ତାଲିକାରେ ୬୦୯ ନମ୍ବରରେ ଥିଲେ, ୨୦୨୩ରେ ୨ ନମ୍ବରକୁ ଆସିଲେ କେମିତି?

କଂଗ୍ରେସର ରାୟପୁର ସର୍ବଦଳୀୟ ଅଧିବେଶନରେ ଗାନ୍ଧୀ କହିଛନ୍ତି, “ମୁଁ ସଂସଦରେ ଗୌତମ ଆଦାନୀଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ବୋଲି ପଚାରିଥିଲି। ସରକାର ଏବଂ ଏହାର ମନ୍ତ୍ରୀମାନେ ବ୍ୟବସାୟୀଙ୍କୁ ଉଦ୍ଧାର କରିବାକୁ ଆସିଥିଲେ।” ରାହୁଲ ଗାନ୍ଧୀ କହିଛନ୍ତି, ସଂସଦରେ ଆଦାନୀଙ୍କ ବିଷୟରେ କେହି ପ୍ରଶ୍ନ ପଚାରି ପାରିବେ ନାହିଁ … ସତ୍ୟ ନ ଆସିବା ପର୍ୟ୍ୟନ୍ତ ଆମେ ପ୍ରଶ୍ନ ପଚାରିବୁ। ସୂଚନା ଅନୁସାରେ ରାହୁଲ ଗାନ୍ଧୀଙ୍କର ପ୍ରାୟ ₹୧୫ କୋଟି ଟଙ୍କାର ସମ୍ପତ୍ତି ଥିଲେ ବି ନିଜର ଘର କିମ୍ବା ଗାଡ଼ି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର