Masthead

ଭାରତ ସହ ସୁସମ୍ପର୍କ ଯୋଡ଼ିବାକୁ ଚିଠି ଲେଖିଲା ତାଲିବାନ

(ବଡ଼ ଖବର ବ୍ୟୁରୋ): ଭାରତ ସହ ସୁସମ୍ପର୍କ ଯୋଡ଼ିବାକୁ ଚିଠି ଲେଖିଲା ତାଲିବାନ । ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାକୁ କହିଛି ତାଲିବାନ । ଆଫଗାନିସ୍ତାନକୁ ବିମାନ ଚଳାଚଳ କରିବା ପାଇଁ ଭାରତକୁ ଚିଠି ଲେଖିଛି ତାଲିବାନ । ଏହା ସହ ମଧ୍ୟ ଅନ୍ୟ ରାଷ୍ଟ୍ରକୁ ବିମାନ ଚଳାଚଳ କରିବାକୁ ଚିଠି ଲେଖିଥିବା ଜଣାପଡ଼ିଛି ।

କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସମସ୍ତ ପ୍ରକାରର ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ତାଲିବାନ ଭାରତକୁ ଚିଠି ଲେଖି ଯୋଗାଯୋଗ କରିଛି । ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କୌଣସି ନିଷ୍ପତି ନେଇନଥିବା ସୂଚନା ମିଳିଛି । ଏଥିରେ ସମସ୍ତ ପ୍ରକାରର ସହଯୋଗ କରିବ ବୋଲି ତାଲିବାନ କହିଛି ।

ପୂର୍ବରୁ କାବୁଲ ବିମାନ ବନ୍ଦରରେ ଥିବା ସବୁ ସମସ୍ୟାର ସମାଧାନ ହୋଇସାରଛି । ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇ ସାରିଥିବା ତାଲିବାନି ପ୍ରବକ୍ତା ଅବଦୁଲ କହର ବଲଖି କହିଛନ୍ତି । କାବୁଲ ବିମାନ ବନ୍ଦରରେ ଆତଙ୍କର ମାହୋଲ ଦେଖିଥିଲୋ ସାରା ବିଶ୍ୱ ।। ଆମେରିକା ସେନା ଆଫଗାନ ମାଟି ଛାଡିବା ପରେ ତାଲିବାନ ସେନା କାବୁଲ ଏୟାରପୋର୍ଟକୁ ନିଜ ଅଧିନକୁ ନେଇଥିଲା । ଏବେ ଭାରତକୁ ବେସାମରିକ ବିମାନ ଚଳାଚଳ ପାଇଁ ଅପିଲ କରିଛି ତାଲିବାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ