Masthead

ଭୁବନେଶ୍ୱର ଭଳି ଗଞ୍ଜାମବାସୀ ନେବେ କୋଭାକ୍ସିନ ଟିକା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ଗଞ୍ଜାମବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ଭଳି ଗଞ୍ଜାମରେ ବି ଦିଆଯିବ କୋଭାକ୍ସିନ ଟିକା । ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କୋଭାକ୍ସିନ ଟିକା । ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ପ୍ରଥମ ଡୋଜ ନେଇନଥିବା ଲୋକଙ୍କୁ ଏବେ କୋଭାକ୍ସିନ ଟିକା ଦିଆଯିବ । ଏହାସହ ଦ୍ବିତୀୟ ଡୋଜ ବାକିଥିବା ଲୋକଙ୍କୁ କୋଭିସିଲ୍ଡ ଟିକା ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

ସେପଟେ ଟିକା ଦେବାରେ ଯେପରି କୌଣସି ତ୍ରୁଟି ନହୁଏ ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ଭିନ୍ନ ଭିନ୍ନ କମ୍ପାନୀର ଡୋଜ୍‌ ଦେବାରେ ତ୍ରୁଟି ନହୁଏ ସେଥିପାଇଁ ଜରୁରୀ ସୂଚନା ମଧ୍ୟ ଜାରି କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଅନ୍ୟପଟେ ଟିକା ଅଭାବ ନେଇ ଲୋକଙ୍କ ଭିତରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଆଜି ଓଡ଼ିଶାରେ ପହଞ୍ଚିଛି ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା। ଗୁରୁବାର ମଧ୍ୟ ୧ ଲକ୍ଷ କୋଭିସିଲ୍‌ଡ ଟିକା ଆସିଥିଲା। ସେହିପରି ୧ ଲକ୍ଷ ୮୨ ହଜାର କୋଭାକ୍ସିନ ଟିକା ମଧ୍ୟ ଓଡ଼ିଶାକୁ ଆସିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ କୋଭାକ୍ସିନ ମହଜୁଦ୍‌ ରହିଛି। ତେଣୁ ଗଞ୍ଜାମ ଜିଲ୍ଲାରେ କୋଭାକ୍ସିନ୍‌ ଟିକା ଦେବାର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ