ପଶ୍ଚିମବଙ୍ଗରେ ଚାଲିଛି ମତଦାନ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ । ସାରା ଦେଶର ନଜର ଏବେ ପଶ୍ଚିମବଙ୍ଗର ଭବାନୀପୁର ଆସନ ଉପରେ କାରଣ ଏଠାରେ ଉପନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେୱାଲ । ସକାଳ ୭ଟାରୁ ରାଜ୍ୟର ୩ଟି ଆସନର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କଡା ସୁରକ୍ଷା ମଧ୍ୟରେ ଭୋଟ ଦେଉଛନ୍ତି ମତଦାତା ।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ସନ୍ଧ୍ୟା ୬ ଟା ୩୦ ପର୍ୟ୍ୟନ୍ତ ଚାଲିବ ମତଦାନ । ଯଦି ମମତା ଭବାନୀପୁରରୁ ବିଜୟୀ ହେଉଛନ୍ତି ତେବେ ପୁଣି ୫ ବର୍ଷ ପଶ୍ଚିମବଙ୍ଗ ଅକ୍ତିଆରରେ ରଖିବେ । ନଚେତ୍ ଦିଦିଙ୍କୁ ହରାଇବାକୁ ପଡିବ ମୁଖ୍ୟମନ୍ତ୍ରୀ ପଦ । କାରଣ ସାଧାରଣରେ ନିର୍ବାଚନରେ ନନ୍ଦିଗ୍ରାମରୁ ଲଢିଥିବା ମମତା ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜୟ ବରଣ କରିଥିଲେ ।

୨୦୦ରୁ ଅଧିକ ଆସନ ପାଇ ଟିଏମସି ସରକାର ଗଠନ କରିଥିଲେ ମଧ୍ୟ ମୁଖିଆଙ୍କ ପରାଜୟକୁ ସହଜରେ ହଜମ କରିପାରିନଥିଲା । ପୂର୍ବ ନିର୍ବାଚନରେ ପଶ୍ଚିମବଙ୍ଗରେ ହିଂସା, ମହିଳାଙ୍କୁ ନିର୍ୟାତନା ଆଦିର ବିନାଶ ପାଇଁ ନିର୍ବାଚନକୁ ଓହ୍ଲାଇଥିବା କହିଛନ୍ତି ପ୍ରିୟଙ୍କା । ରାଜ୍ୟରେ ଶାନ୍ତି ପାଇଁ କାମ କରିବାର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ମନାଇଛନ୍ତି । ତେବେ ମମତାଙ୍କ ଆସନ ରହୁଛି କି ଯାଉଛି ତାହା ଉପରେ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ