Masthead

ଭୟରେ ଆତ୍ମସମର୍ପଣ କଲା ଆତଙ୍କବାଦୀ

ଶ୍ରୀନଗର(ବଡ଼ ଖବର ବ୍ୟୁରୋ ): ପୁଣିଥରେ ପଣ୍ଡ ହେଲା ପାକିସ୍ତାନର ଷଡଯନ୍ତ୍ର। ଅନୁପ୍ରବେଶ ବେଳେ ଆତଙ୍କବାଦୀକୁ ଗୁଳିକରି ହତ୍ୟା କଲା ଭାରତୀୟ ସେନା। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଦମନ ଅଭିଯାନ ଭାରତୀୟ ସେନା ଦ୍ଵାରା ଜୋରଦାର ଚାଲିଛି। ଏହାରି ଭିତରେ ଆତଙ୍କବାଦୀମାନେ ଭାରତକୁ ପ୍ରବେଶ କରୁଥିବା ଖବର ପାଇଥିଲା ଭାରତୀୟ ସେନା। ତେବେ ସେନା ପକ୍ଷରୁ ହୋଇଥିବା ଗୁଳି ମାଡରେ ଜଣେ ଆତଙ୍‌କୀ ନିପାତ ହୋିଥିବା ବେଳେ ଏହା ଆତ୍ମସମର୍ପଣ କରିଥିବାରୁ ଜଣେ ଆତଙ୍କବାଦୀ ଗୁଳିମାଡରୁ ବର୍ତ୍ତିଯାଇଛି । ମଙ୍ଗଳବାର ଉରୀ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାବୁ କରିଛି ଭାରତୀୟ ସେନା। ଏହା ସହିତ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବାରୁ ଗୁଳିମାଡରୁ ବର୍ତ୍ତିଯାଇଛି । ଉରୀ ସେକ୍ଟରରେ ଗତ କିଛି ଦିନ ହେଲା ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସେଠା‌ରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି।

ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଉଛନ୍ତି ଭାରତୀୟ ସେନା । ଏହି କ୍ରମରେ ଉରୀ ସେକ୍ଟରରେ ଗତ ୫ ଦିନ ମଧ୍ୟରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିସାରିଲେଣି ଯବାନ । ସେନା କହିବା ମୁତାବକ, ଗତ ସେପ୍ଟେମ୍ବର ୧୮ ତାରିଖରୁ ହିଁ ଲଗାତାର ଭାବେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ । ଗତ ସେପ୍ଟେମ୍ବର ୨୩ ତାରିଖରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତୀୟ ସେନା । ତେବେ ଅନ୍ୟ ୨ ଜଣ ଆତଙ୍କବାଦୀ ଖସିପଳାଇବାକୁ ସକ୍ଷମ ହୋଇଥିଲେ । ଏବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଜଣେ ଆତଙ୍କବାଦୀ ଭୟରେ ଆତ୍ମସମର୍ପଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ