Masthead

ନିଲାମ ହେବ ସୁନା ପୁଅ ନୀରଜଙ୍କ ଜାଭେଲିନ, ମୋଦି କରିବେ ନିଲାମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଲିମ୍ପକ୍ସରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଇତିହାସ ରଚିଥିଲେ ସୁନା ପୁଅ ନୀରଜ ଚୋପ୍ରା । ତେବେ ନୀରଜ ଯେଉଁ ଜାଭେଲିନ ଦ୍ୱାରା ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ, ତାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଉପହାର ଭେଟି ଦେଇଛନ୍ତି । ତେବେ ମୋଦିଙ୍କୁ ମିଳିଥିବା ଉପହାରକୁ ସଂସ୍କୃତି ମନ୍ତ୍ରାଳୟ ଇ-ଅକ୍ସନ ମାଧ୍ୟମରେ ବିକ୍ରି କରିବାକୁ ନିଷ୍ପତି ନେଇଛି ।

ତାଲିକାରେ ନୀରଜ ଚୋପ୍ରାଙ୍କ ଜାଭେଲିନ ଓ ଅଲିମ୍ପକ୍ସରେ ଭାରତ ପାଇଁ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଲଭଲୀନାଙ୍କ ଗ୍ଲୋବ୍ସ ମଧ୍ୟ ରହିଛି । ଖାଲି ଏତିକି ନୁହେଁ ଅନେକ ପଦକ ବିଜେତାଙ୍କ କ୍ରୀଡା ଉପକରଣକୁ ମଧ୍ୟ ନିଲାମ କରାଯିବ । ତେବେ ଏହି ଇ-ଅକ୍ସନ ପ୍ରକ୍ରିୟା ଅକ୍ଟୋବର ୭ ଯାଏଁ ଚାଲିବ ।

ସୂଚନା ଅନୁସାରେ ଅକ୍ସନର ଦ୍ୱିତୀୟ ଦିନରେ ବେଶ ଅଧିକ ଦାମର ବିଡିଂ ଦେଖିବାକୁ ମିଳିଛି । ନୀରଜଙ୍କ ଜାଭେଲିନ ଓ ଲଭଲୀନାଙ୍କ ଗ୍ଲୋବ୍ସକୁ ନେବା ପାଇଁ ୧୦ କୋଟି ଲେଖାଏ ଟଙ୍କା ଦେବାକୁ ଲୋକେ ଆଗ୍ରହ ଦେଖାଇଛନ୍ତି । ତେବେ ଭାରତ ପାଇଁ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତି  ଗୈାରବ ଆଣିଥିଲେ । ପିଭି ସିନ୍ଧୁଙ୍କ ବ୍ୟାଡମିଣ୍ଟନ ରାକେଟ ସହ ଗୋଟିଏ ବ୍ୟାଗ ମଧ୍ୟ ନିଲାମରେ ସାମିଲ ହୋଇଛି । ରାକେଟକୁ କିଣିବା ପାଇଁ ୨,୦୦,୨୦,୦୦୦ ଟଙ୍କାର ବିଡ ଡକାଯାଇଛି । ତେବେ ଏହି ଇ-ଅକ୍ସନରୁ ମିଳିଥିବା ଚଙ୍କା ନମାମୀ  ଗଙ୍ଗା ମିଶନରେ ଖର୍ଚ୍ଚ କରାଯିବ ବୋଲି ସରକାର କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ