ନିଲାମ ହେବ ସୁନା ପୁଅ ନୀରଜଙ୍କ ଜାଭେଲିନ, ମୋଦି କରିବେ ନିଲାମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଲିମ୍ପକ୍ସରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଇତିହାସ ରଚିଥିଲେ ସୁନା ପୁଅ ନୀରଜ ଚୋପ୍ରା । ତେବେ ନୀରଜ ଯେଉଁ ଜାଭେଲିନ ଦ୍ୱାରା ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ, ତାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଉପହାର ଭେଟି ଦେଇଛନ୍ତି । ତେବେ ମୋଦିଙ୍କୁ ମିଳିଥିବା ଉପହାରକୁ ସଂସ୍କୃତି ମନ୍ତ୍ରାଳୟ ଇ-ଅକ୍ସନ ମାଧ୍ୟମରେ ବିକ୍ରି କରିବାକୁ ନିଷ୍ପତି ନେଇଛି ।

ତାଲିକାରେ ନୀରଜ ଚୋପ୍ରାଙ୍କ ଜାଭେଲିନ ଓ ଅଲିମ୍ପକ୍ସରେ ଭାରତ ପାଇଁ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଲଭଲୀନାଙ୍କ ଗ୍ଲୋବ୍ସ ମଧ୍ୟ ରହିଛି । ଖାଲି ଏତିକି ନୁହେଁ ଅନେକ ପଦକ ବିଜେତାଙ୍କ କ୍ରୀଡା ଉପକରଣକୁ ମଧ୍ୟ ନିଲାମ କରାଯିବ । ତେବେ ଏହି ଇ-ଅକ୍ସନ ପ୍ରକ୍ରିୟା ଅକ୍ଟୋବର ୭ ଯାଏଁ ଚାଲିବ ।

ସୂଚନା ଅନୁସାରେ ଅକ୍ସନର ଦ୍ୱିତୀୟ ଦିନରେ ବେଶ ଅଧିକ ଦାମର ବିଡିଂ ଦେଖିବାକୁ ମିଳିଛି । ନୀରଜଙ୍କ ଜାଭେଲିନ ଓ ଲଭଲୀନାଙ୍କ ଗ୍ଲୋବ୍ସକୁ ନେବା ପାଇଁ ୧୦ କୋଟି ଲେଖାଏ ଟଙ୍କା ଦେବାକୁ ଲୋକେ ଆଗ୍ରହ ଦେଖାଇଛନ୍ତି । ତେବେ ଭାରତ ପାଇଁ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତି  ଗୈାରବ ଆଣିଥିଲେ । ପିଭି ସିନ୍ଧୁଙ୍କ ବ୍ୟାଡମିଣ୍ଟନ ରାକେଟ ସହ ଗୋଟିଏ ବ୍ୟାଗ ମଧ୍ୟ ନିଲାମରେ ସାମିଲ ହୋଇଛି । ରାକେଟକୁ କିଣିବା ପାଇଁ ୨,୦୦,୨୦,୦୦୦ ଟଙ୍କାର ବିଡ ଡକାଯାଇଛି । ତେବେ ଏହି ଇ-ଅକ୍ସନରୁ ମିଳିଥିବା ଚଙ୍କା ନମାମୀ  ଗଙ୍ଗା ମିଶନରେ ଖର୍ଚ୍ଚ କରାଯିବ ବୋଲି ସରକାର କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!