Masthead

ଘରେ କଳାକନା ବୁଲାଇଲେ ଚୋର

ଭୁବନ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଆତଙ୍କ ସୃଷ୍ଟି କଲେଣି ଚୋର। କେତେବେଳେ ରାସ୍ତାରେ ଗାଡି ଅଟକାଇ ଚୋରୀ କରୁଛନ୍ତି ତ କେତେବେଳେ ଲୋକଙ୍କ ଘରେ ପଶି କଳାକନା ବୁଲାଇଦେଉଛନ୍ତି । ରବିବାର ରାତିରେ ଭୁବନ ଥାନା ଅନ୍ତର୍ଗତ ଲତାବିଲର ଦୁଇଟି ଘରେ ପଶି ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଲୁଟେରା ।

ଜୋତା ଦୋକାନୀ ଭୋଳେଶ୍ବର ସାହୁଙ୍କ ଘରୁ ଦୁଇହଳ ନୂଆ ଜୋତା ଓ ପାଖାପାଖି ଏକ ଲକ୍ଷ ଟଙ୍କା ସହ ପାଞ୍ଚ ଭରିରୁ ଊର୍ଦ୍ଧ୍ବ ସୁନା ଆଲମାରୀ ଖୋଲି ଲୁଟି ନେଇଛନ୍ତି। ସେହିପରି ଚୁଗଲି ବାହାଲିଆଙ୍କ ଘରୁ ୪୦ ହଜାର ଟଙ୍କା ସହ ଦୁଇ ଭରିରୁ ଊର୍ଦ୍ଧ୍ବ ସୁନା ମଧ୍ୟ ଲୁଟି ନେଇଛନ୍ତି । ଚୁଗୁଲିଙ୍କ ଘରେ ଚୋର ନିଜ ଜୋତା ଛାଡି ପଳାଇଥିବା ବେଳେ ନିକଟସ୍ଥ ବିଲରେ କିଛି ଚୋରୀ ଜିନିଷପତ୍ର ପକାଇ ପଳାଇ ଯାଇଛନ୍ତି। ଭୁବନ ପୋଲିସ ଜଣକୁ ଅଟକ ରଖି ଏହାର ତଦନ୍ତ ଚଳାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା