Masthead

ବିଜେପି ମୁହାଁ ହେବେ କି ସଚିନ ପାଇଲଟ?

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ବିଜେପି ମୁହାଁ ହେବେ କି ସଚିନ ପାଇଲଟ? ଅନୁଗତ ଯିବା ପରେ ନେତା ବି ପକାଇବେ କି ପଦ୍ମ ପୋଖରୀରେ ବୁଡ଼? ରାଜସ୍ଥାନରେ ଅଶୋକ ଗେହଲୋଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ତୁତୁ ମେଁମେଁ ମଧ୍ୟରେ ସାମ୍ନାକୁ ଆସୁଛି ନୂଆ ମୋଡ଼ । କଂଗ୍ରେସର ଦୁଇ ତୁଙ୍ଗ ନେତା ହେଉଛନ୍ତି ଗେହଲୋଟ-ପାଇଲଟ । ରାଜ୍ୟରେ ସତ୍ତା ବଜାୟ ରଖିବା ପାଇଁ ବଳ କଷୁଛି କଂଗ୍ରେସ । ତେବେ ସଚିନଙ୍କ ଅନୁଗତ ପଣ୍ଡିତ ସୁରେଶ ମିଶ୍ର ଓ ପୂର୍ବତନ ମେୟର ଜ୍ୟୋତି ଖଣ୍ଡେଲୱାଲ ଯାଇ ପହଂଚିଛନ୍ତି ବିରୋଧୀ ଶିବିରରେ । ଦୁହେଁ ହାତ ଛାଡି ପଦ୍ମ ଧରିଛନ୍ତି । ଏବଂ ଯୋଗ ଦେବା ପରେ କଂଗ୍ରେସ ପାଇଁ ସମସ୍ତ କ୍ଷୋଭ ପ୍ରକାଶ କରିଛନ୍ତି ।

ସଚିନ କହିଛନ୍ତି, ଆମକୁ ଗାଦି ନିଜ ପାଇଁ ନୁହେଁ, ଦଳ ପାଇଁ ଆବଶ୍ୟକ । ଫଳରେ ଲୋକଙ୍କ ପାଇଁ କାମ କରିହେବ । କିଏ କେଉଁ ପଦରେ ବସିବ? ତାହା ବିଧାୟକ ଓ ନେତୃତ୍ୱ ନିଷ୍ପତି କରିବ । ଏହା ପୂର୍ବରୁ ଗେହଲୋଟ କହିଥିଲେ, ସେ ସିଏମ ପଦବୀ ଛାଡିବାକୁ ପ୍ରସ୍ତୁତ, କିନ୍ତୁ ପଦ ତାଙ୍କୁ ଛାଡ଼ୁନି । ରାହୁଲ ଗାନ୍ଧି ପୂର୍ବରୁ ସଚିନଙ୍କୁ ସବୁ କିଛି ଭୁଲି ଆଗକୁ ଆସିବାକୁ ଆହ୍ୱାନ ଦେଇଥିଲେ । ସଚିନଙ୍କ ଅଭିଯୋଗ ଥିଲା ଯେ, ଗେହଲୋଟ ବସୁନ୍ଧରା ରାଜେଙ୍କ ଶାସନ ସମୟରେ ହୋଇଥିବା ଭଷ୍ଟ୍ରାଚାରକୁ ପରଦା ପକାଉଛନ୍ତି । ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।

ତେବେ ଆଗକୁ ୨୫ ନଭେମ୍ବରକୁ ହେବାକୁ ଯାଉଛି ରାଜସ୍ଥାନରେ ଭୋଟ ଗ୍ରହଣ । ପୂର୍ବରୁ ଯେତେବେଳେ ଦଳରେ ରହି ସୁରେଶ ମିଶ୍ର ଓ ଜ୍ୟୋତି ଖଣ୍ଡେଲୱାଲ ନିର୍ବାଚନ ଲଢିଥିଲେ, ସେତେବେଳେ ବିଜେପିର ପ୍ରତିଦ୍ୱନ୍ଦୀଙ୍କୁ ବହୁମାତ୍ରାରେ ହରାଇଥିଲେ । କିନ୍ତୁ ଏବେ ପାଣିପାଗ ବଦଳିଗଲା । ବିରୋଧୀ ଏବେ ଏକ ହୋଇଗଲେ । ଯାହାକୁ ଦିନେ ହରାଇଥିଲେ, ଏବେ ସେହି ଦଳର ପ୍ରାର୍ଥୀ । ଏବେ ଯେତେବେଳେ ପାଇଲଟଙ୍କ ସହଯୋଗୀମାନେ ବିଜେପି ମୁହାଁ ହୋଇଛନ୍ତି, ଚର୍ଚ୍ଚା ହେଉଛି ଯେ ଦଳରେ ଅଶୋକଙ୍କ ସହ ଲାଗି ରହିଥିବା ମନାନ୍ତର ଓ ମତାନ୍ତାରକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ପାଇଲଟ । ଏବଂ ଆଗାମୀ ଦିନମାନଙ୍କରେ ସେ ପଦ୍ମ ଧରିବେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର