ପୁଣି ପରଦାରେ ରଣବୀର-ରୋହିତ୍ ଯୋଡ଼ି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଜଗତର ବାଜିରାଓ ରଣବୀର ସିଂ ଏବେ ବଡ଼ ପରଦା ସହ ଛୋଟ ପରଦାରେ ବି ଧମାଲ କରିବାକୁ ଆସିଛନ୍ତି । ତା ସହ ବଡ଼ ପରଦାରେ ବି ତାଙ୍କର ଅନେକ ବିଗ୍ ବଜେଟ୍ ଫିଲ୍ମ ବ୍ୟାକ୍ ଓୁ ବ୍ୟାକ୍ ରିଲିଜ୍ ହେବ ବୋଲି ସ୍ଥିର ହେଉଛି । ଏସବୁ ଭିତରେ ତାଙ୍କର ଆଉ ଏକ ଫିଲ୍ମର ରିଲିଜ୍ ଘୋଷଣା ହୋଇଛି । ଆଗାମୀ ବର୍ଷ ଦିପାବଳୀ ଅର୍ଥାତ୍ ୨୦୨୨ରେ ରିଲିଜ୍ ହେବ ରଣବୀରଙ୍କ ଫିଲ୍ମ ‘ସର୍କସ’ । ଏହି ଫିଲ୍ମ ନିର୍ଦ୍ଦେଶନା ଦେଉଛନ୍ତି ରୋହିତ୍ ସେଟ୍ଟୀ । ଅନେକ ସଫଳ ସିନେମାର ନିର୍ଦ୍ଦେଶନା ଦେବା ପରେ ଏବେ ପୁଣି ଏକ ହିଟ୍ ପାଇଁ ପ୍ରିପେୟାର ହେଉଛନ୍ତି ରୋହିତ୍ । ତା ସହ ଫିଲ୍ମରେ ରଶବୀର ଓ ରୋହିତ୍ ସେଟ୍ଟୀଙ୍କ କମ୍ବିନେଶନ ଦର୍ଶକଙ୍କୁ ଆହୁରି ଉତ୍ସାହିତ କରି ଦେଇଛି । ନିକଟରେ ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ବି ରଣବୀରଙ୍କୁ ଦେଖିବାକୁ ମିଳିବ । ଉକ୍ତ ସିନେମାଟିକୁ ରୋହିତ ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବା ପାଇଁ ତୟାର ହୋଇଥିବା ବେଳେ ଆଗାମୀ ବର୍ଷ ଅର୍ଥାତ୍ ୨୦୨୨ ଦୀପାବଳି ସିଜିନ୍‌କୁ ମଧ୍ୟ ଟାର୍ଗେଟ୍ କରିଦେଇଛନ୍ତି।

ସେ ତାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ‘ସର୍କସ୍’ ସିନେମାର ରିଲିଜ୍ ସମୟ ମଧ୍ୟ ଘୋଷଣା କରିଛନ୍ତି। ବଲିଉଡ୍‌ରେ ସିନେମା ନିର୍ମାଣ କରିବାରେ ରୋହିତଙ୍କୁ କୁହାଯାଉଛି ‘ମ୍ୟାନ୍ ଇନ୍ ଆକ୍ସନ୍’। ଆଉ ରୋହିତ୍ ଙ୍କ ନିର୍ଦ୍ଦେଶନାରେ ଯଦି ରଣବୀର ସିଂଙ୍କ ଅଭିନୟ ଦେଖିବାକୁ ମିଳେ ତେବେ ପରଦାରେ ଚାର ଚାନ୍ଦ୍ ଲାଗିଯିବ ବୋଲି ଦର୍ଶକ ଆଶା ରଖିଛନ୍ତି । ରଣବୀର ସିଂଙ୍କ ସବୁ ଫିଲ୍ମ ଭଳି ଏହି ଫିଲ୍ମରେ ବି ତାଙ୍କୁ ଏକ ଭିନ୍ନ କ୍ୟାରେକ୍ଟରେ ଦେଖିବାକୁ ମିଳିବ ।

ଫିଲ୍ମରେ ଅଭିନେତ୍ରୀ ପୂଜା ହେଗ୍‌ଡେ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ ମୁଖ୍ୟ ନାରୀ ଚରିତ୍ରରେ ଅବତୀର୍ଣ୍ଣ ହେବେ ବୋଲି ଶୁଣାଯାଉଛି। ଏହି ଫିଲ୍ମର କିଛି ପୋଷ୍ଟର ବି ସାମ୍ନାକୁ ଆସିଛି । ଯେଉଁଥିରେ ରଣବୀରଙ୍କ ଗେଟ୍ ଅପ୍ ପୁରାପୁରି ଭିନ୍ନ ରହିଛି । ସବୁବେଳେ ନିଜ କଷ୍ଟ୍ୟୁମ୍ ପାଇଁ ଚର୍ଚ୍ଚାରେ ରହୁଥିବା ରଣବୀର ଏଥିରେ ବି କିଛି ଡିଫରେଣ୍ଟ୍ ଅନ୍ଦାଜ୍ ଦେଖାଇଛନ୍ତି । ପୋଷ୍ଟରରୁ ଜଣାପଡୁଛି ଯେ ଫିଲ୍ମରେ ଭରପୁର କମେଡିର ମଜା ନେଇପାରିବେ ଦର୍ଶକ । ଆଉ ସବୁଠାରୁ ଖାସ୍ କଥା ହେଉଛି ପ୍ରଥମ ଥର ପାଇଁ ରଣବୀର ସିଂ ଙ୍କୁ ଏହି ଫିଲ୍ମରେ ଡବଲ ରୋଲ୍ରେ ଦେଖିବାକୁ ମିଳିବ । ଏବଂ ରଣବୀରଙ୍କ ଏହି ନୂଆ ଅବତାରକୁ ଦର୍ଶକ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ