ଓଡ଼ିଶାର ମୋଦିଙ୍କ ମନ୍ତ୍ରୀ ପଦ ଗଲା, ଥରୁଟିଏ ପଚାରିଲେନି ଅସଲ ମୋଦି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଓଡ଼ିଶାର ମୋଦି । କିନ୍ତୁ ଯେତେବେଳେ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଗଲା ଥରୁଟିଏ ବି ପଚାରିଲେନି ଅସଲ ମୋଦି । ମନ୍ତ୍ରୀ ପଦ ଯିବା ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ବଡ଼ ଖବରକୁ ଏକ୍ସକ୍ଲ୍ୟୁସିଭ ସାକ୍ଷାତ ଦେଇ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି ମନର କଥା । ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରତାପ ଷଡ଼ଙ୍ଗୀ ଖୋଲିଛନ୍ତି ମନ୍ତ୍ରୀ ପଦ ଯିବା ପୂର୍ବର ପୁରା କାହାଣୀ । ପ୍ରତାପ କହିଛନ୍ତି ମନ୍ତ୍ରୀ ପଦ ଯିବା ପୂର୍ବରୁ ତାଙ୍କ ସହ କଥା ହୋଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଉ କହିଥିଲେ ଆପଣଙ୍କୁ ମନ୍ତ୍ରୀ ପଦ ଛାଡ଼ି ଏଣିକି ସଂଗଠନ ପାଇଁ କାମ କରିବାକୁ ପଡ଼ିବ । ଏଥିରେ ପ୍ରତାପଙ୍କ ଉତ୍ତର ଥିଲା ମୁଁ ଆନନ୍ଦିତ ମୋ ମନରେ କୌଣସି କଷ୍ଟ ନାହିଁ ।

ତେବେ ପ୍ରତାପଙ୍କୁ ପଚରାଯାଇଥିଲା, ଆପଣଙ୍କ ମନ୍ତ୍ରୀପଦ ଯିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି କି? ଆଉ ପ୍ରତାପଙ୍କ ଉତ୍ତର ଥିଲା ନାହିଁ, ପ୍ରଧାନମନ୍ତ୍ରୀ ମୋ ସହ କଥା ହୋଇନାହାନ୍ତି । ଆଉ ଏକଥା ବି ସେ କହିଥିଲେ ଯେ, ନଡ୍ଡା କଥା ହେବା ଯାହା, ପ୍ରଧାନମନ୍ତ୍ରୀ କଥା ହେବା ତାହା । ବଡ଼ ଖବର ସହିତ ଏକ୍ସକ୍ଲ୍ୟୁସିଭ ସାକ୍ଷାତକାରରେ ପ୍ରତାପ ଷଡ଼ଙ୍ଗୀ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଯାହାର ସମ୍ପୂର୍ଣ୍ଣ ପ୍ରସାରଣ ବଡ଼ ଖବରରେ ଲଗାତାର ଭାବେ କରାଯାଉଛି । ଆପଣ ବଡ଼ ଖବର ଦେଖିଲେ ପ୍ରତାପଙ୍କ ପୂରା ମନର କଥା ଜାଣିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ