(ବଡ଼ ଖବର ବ୍ୟୁରୋ): ଏଣିକି ଟ୍ରାନ୍ସଜେଣ୍ଡରଙ୍କୁ ଦିଆଯିବ ଟିକା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୁବଶୀଘ୍ର ଜାରି ହେବ ଏସଓପି। ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲଟି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏନେଇ ନିର୍ଦ୍ଦେଶ ଦେଇଛି ।
କରୋନା ଟିକାକରଣରେ କୌଣସି ଭେଦଭାବ ନକରି କିମ୍ବା କୌଣସି ସାମାଜିକ କଳହ ସୃଷ୍ଟି ନକରିବା ପାଇଁ ପରାମର୍ଶ ଦିଆଯାଇଛି । ଟ୍ରାନ୍ସଜେଣ୍ଡର ମାନଙ୍କର କୌଣସି ନିଦ୍ଧିଷ୍ଟ ପରିଚୟ ନଥିବାରୁ ପରିଚୟପତ୍ର ବିନା ଏମାନଙ୍କର ଟିକାକରଣ କରାଯାଇପାରିବ । ଟ୍ରାନ୍ସଜେଣ୍ଡରଙ୍କ ୧୦୦ପ୍ରତିଶତ ଟିକାକରଣ ସୁନିଶ୍ଚିନ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡିଛି ।