ଚିନ୍ତା ବଢାଇଲାଣି ଡେଙ୍ଗୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନାର ତାଣ୍ଡବ ସରୁନଥିବା ବେଳେ ହୁ ହୁ ହୋଇ ମାଡିଚାଲିଛି ଡେଙ୍ଗୁ । ଚାରିଦିନ ହବେ ଡେଙ୍ଗୁ ମାମଲା ବଢିବାରେ ଲାଗିଛି । ବର୍ତ୍ତମାନ ରାଜଧାନୀରେ ୧୬୮ ପ୍ରତିଶତ ଡେଙ୍ଗୁ ମାମଲା ବୃଦ୍ଧି ପାଇଛି । ଏହି ମାମଲା ଜୁଲାଇ ୧୧ ରେ ୫୧ ଟି ଚିହ୍ନଟ ହୋଇଥିବା ବେଳେ ୧୫ରେ ୧୩୭ କୁ ବୃଦ୍ଧି ପାଇଥିଲା । ନିଲାଦ୍ରୀ ବିହାର, ଶୈଳଶ୍ରୀ ବିହାର ଏବଂ ଚନ୍ଦ୍ରଶେଖରପୁର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ବିଏମସି କହିବା ଅନୁଯାୟୀ, ଜୁଲାଇ ୧୫ ରେ ୨୧ଟି, ଜୁଲାଇ ୧୪ ରେ ୧୬ ଟି ମାମଲା ସାମ୍ନାକୁ ଆସିଥିଲା ।

ରିପୋର୍ଟ ଅନୁଯାୟୀ, ନିଲାଦ୍ରୀ ବିହାରରୁ ୩୫, ଶୈଳଶ୍ରୀ ବିହାରରୁ ରୁ ୧୬, କଳ୍ପନା ଛକରୁ ୭, ବିଡିଏ କଲୋନିରୁ ୫, ୟୁନିଟ-୧ ରୁ ୫, ବିଜେପି ନଗରରୁ ୪, ଲଷ୍ମୀସାଗର, ଶିରିପୁର, ୟୁନିଟ୍-୪, ୟୁନିଟ୍-୮ ଏବଂ ନୟାପଲ୍ଲୀରୁ ୩ ଲେଖାଏଁ ମାମଲା ଚିହ୍ନଟ ହୋଇଛନ୍ତି ।  ଭୁବନେଶ୍ୱର ଛାଡା ଗ୍ରାମାଞ୍ଚଳରେ ୧୭ ଟି ଡେଙ୍ଗୁ ରୋଗ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜୁନ୍ ମାସର ଗତ ସପ୍ତାହରେ ଆରମ୍ଭ ହୋଇଥିଲା ଡେଙ୍ଗୁ ମାମଲା । ନାଗରିକ ସଂସ୍ଥା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଏବଂ ବିଏମସି କର୍ମଚାରୀଙ୍କୁ ନେଇ ଏକ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) କୁ ଉତ୍ତରଜୋନ୍ ଥିବା ୱାର୍ଡ ୭ ଏବଂ ୧୪ ର ପ୍ରଭାବିତ ଅଞ୍ଚଳରେ ଏକତ୍ରିତ କରିଥିଲା।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ବ୍ୟବସ୍ଥା ତ୍ୱରାନ୍ୱିତ ନହୁଏ ତେବେ ଅନ୍ୟ ଅଞ୍ଚଳରେ ବିସ୍ତାର ହେବାର ସମ୍ଭାବନା ରହିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ନାଗରିକମାନଙ୍କୁ ସେମାନଙ୍କ ଘର ଏବଂ ପରିବେଶକୁ ସଫା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଳ ଜମା ନହେବାକୁ ଅନୁରୋଧ କରିଛନ୍ତି। ଜ୍ୱର ଏବଂ ଶରୀରରେ ଯନ୍ତ୍ରଣା ଭଳି କୌଣସି ଲକ୍ଷଣ ହେଲେ ମେଡିକାଲ ଯିବାକୁ ପରାମର୍ଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!