Masthead

ଆସନ୍ତା ୧୬ରୁ ଆନ୍ଦୋଳନକୁ ଓହ୍ଲାଇବ ଟ୍ରକ ସଙ୍ଘ!

ପାରାଦୀପ (ବଡ଼ ଖବର ବ୍ୟୁରୋ) : ଆସନ୍ତା ୧୬ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ପାରାଦୀପର ତିନୋଟି ଟ୍ରକ ସଙ୍ଘ। ଅଚଳ ହେବ ପାରାଦୀପ ବନ୍ଦରର ପଣ୍ୟ କାରବାର। କିଛି ଅସାଧୁ ଟ୍ରକ ମାଲିକ ଓ ପୋଲିସ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଟ୍ରାଫିକ ନିୟମରେ ଆସୁଥିବା ଟ୍ରକ ମାସକୁ ଦୁଇଟି ମାତ୍ର ଭଡା କରୁଥିବା ବେଳେ ଅସାଧୁ ଟ୍ରକ ମାଲିକ ମାସକୁ ୧୫ ଟ୍ରିପ୍ ଭଡା କରୁଛନ୍ତି। ଯାହା ଦ୍ବାରା ପାରାଦୀପରେ ଟ୍ରାଫିକ ସମସ୍ୟା ଦେଖା ଦେବା ସହିତ ସାଧାରଣ ଲୋକେ ହଇରାଣ ହେଉଛନ୍ତି ଏବଂ ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି ।

ଏହାକୁ ନେଇ ପାରାଦୀପରେ ଥିବା ତିନୋଟି ଟ୍ରକ ମାଲିକ ସଂଘର ମିଳିତ ସମନ୍ଵୟ କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଆସନ୍ତା ୧୪ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ୧୬ ତାରିଖରେ ମିଳିତ ସମନ୍ଵୟ କମିଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅଠରବାଙ୍କି ଠାରେ ଆନ୍ଦୋଳନ କରାଯିବ। କେବଳ ପଣ୍ୟକାରବାରରେ ନିୟୋଜିତ ମାଲବାହି ଟ୍ରକକୁ ବନ୍ଦ ରହିବ ବୋଲି ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୋଲିସ ଓ ମିଳିତ ସମନ୍ଵୟ କମିଟି ମିଳିତ ଭାବେ ଶୃଙ୍ଖଳିତ ପରିବହନ ପରିଚାଳନା କରିବାକୁ ସଙ୍ଘ ଦାବି କରିଛି ।

ଯେଉଁ ଆଇରନ ଟ୍ରକ ନିୟମ ଉଲଙ୍ଘନ କରି ପୋଲିସ ଉପସ୍ଥିତିରେ ଧାଡି ଭାଙ୍ଗି ଆସୁଛନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ ବୋଲି ଦାବି କରାଯାଇଛି। ବାରମ୍ବାର ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇ ଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ। ଏହାର ନିରାକରଣ ପାଇଁ ଆସନ୍ତା ୧୬ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମିଳିତ ସମନ୍ଵୟ କମିଟି ଅଧ୍ୟକ୍ଷ ସୁମନ୍ତ କୁମାର ବିଶ୍ଵାଳ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ