Masthead

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ

କୋଟିଆ (ବଡ଼ ଖବର ବ୍ୟୁରୋ): କୋଟିଆରେ ପୁଣି କାର୍ଯ୍ୟକ୍ରମ ଆରମ୍ଭ କଲା ଆନ୍ଧ୍ର । କୋଟିଆ ବିବାଦର ସମାଧାନ ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରର ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଆପସ ବୁଝାମଣାରେ ଉକ୍ତ ବିବାଦକୁ ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିବାବେଳେ ଆଜି ପୁଣି ଆନ୍ଧ୍ରପ୍ରଦେଶ ଦ୍ୱାରା ସୀମାନ୍ତ ଗ୍ରାମ ନେରେଡିବାଲାସା ଠାରେ ଆନ୍ଧ୍ରର ସ୍ପନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ କାର୍ଯ୍ୟକ୍ରମଟି ଆନ୍ଧ୍ରପ୍ରଦେଶ ର କୋଟିଆ ଥାନା ଦ୍ୱାରା ଆୟୋଜିତ ହୋଇଥିବାବେଳେ ଥାନା ଅଧିକାରୀ ସି ଆଇ ବି.ରୋହିନୀ ପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନେରେଡିବାଲାସା ଗ୍ରାମବାସୀ ଉପସ୍ଥିତ ହେବା ସହ ଗ୍ରାମରେ ପାନୀୟଜଳ ଅବ୍ୟବସ୍ଥା, ଆଧାରକାର୍ଡ ଇ କେ ୱାଇସି କରାଯିବା, ଜାତି ଗତ ପ୍ରମାଣପତ୍ର କରାଯିବା, ନେରେଡିବାଲାସା ଠାରୁ ସାଲୁର ପର୍ଯ୍ୟନ୍ତ ବସ ସେବା, ଉକ୍ତ ଗ୍ରାମରେ ଗ୍ରାମବାସୀ ବିଭିନ୍ନ ରୋଗାରେ ରୋଗାକ୍ରାନ୍ତ ହୋଇଥିବା କାରଣରୁ ମେଡିକାଲ କ୍ୟାମ୍ପ କରାଯିବା ନିମନ୍ତେ ଦାବିକରିଥିବା ନେଇ ଜଣାପଡିଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି