Masthead

ଯିବା ପୂର୍ବରୁ ତାଲିବାନକୁ ଝଟକା ଦେଲା ଆମେରିକା

(ବଡ଼ ଖବର ବ୍ୟୁରୋ): ତାଲିବାନକୁ ଝଟ୍‌କା ଦେଲା ଆମେରିକା । ଏହି ସବୁ ବିମାନ ବ୍ୟବହାର କରିପାରିବନି ଆତଙ୍କବାଦୀ ସଙ୍ଗଠନ । ତାଲିବାନ କବ୍ଚାରେ କାବୁଲ୍ ଏୟାରପୋର୍ଟ ଥିବାବେଳେ ଭୟରେ ଅନେକ ଦେଶବସୀ ଦେଶଛାଡ଼ି ଚାଲିଯାଉଛନ୍ତି । ଦେଶ ଛାଡ଼ିବାକୁ ତାଲିବାନ ଦେଇଥିବା ସମୟ ଅଗଷ୍ଟ ୩୧ ହୋଇଥିବାବେଳ ଧାର୍ଯ୍ୟ ସମୟର ୨୪ଘଣ୍ଟା ପୂର୍ବରୁ ଆମେରିକା ସେନା ଦେଶ ଛାଡ଼ିବା ପରେ କାବୁଲ୍ ଏୟାରପୋର୍ଟକୁ ଦଖଲକୁ ନେଇଛି ତାଲିବାନ ।

କାବୁଲ ଏୟାରପୋର୍ଟ ଦଖଲ ପରେ ସେଲିବ୍ରେସନ କରିଛି ତାଲିବାନ ଗୋଷ୍ଠୀ । ଆକାଶକୁ ବ୍ଳାଙ୍କ ଫାୟାରିଂ କରି ସେଲିବ୍ରେସନ କରୁଛି ତାଲିବାନ । କିନ୍ତୁ ଆମେରିକା ସେନା ସୋମବାର ଦେଶ ଛାଡ଼ିବା ପୂର୍ବରୁ କାବୁଲ ଏୟାରପୋର୍ଟରେ ଥିବା ବିମାନ, ସଶସ୍ତ୍ର ଗାଡ଼ି, ହାଇଟେକ୍‌ ରକେଟ ଡିଫେନ୍ସ ସିଷ୍ଟମ ଆଦିକୁ ବେକାର କରିପକାଇଛି । ଯାହା ଆମେରିକା ସ୍ଥଳସେନାର ମୁଖ୍ୟ ସୂଚନା ଦେଇଛନ୍ତି। ଆମେରିକାର ସେଣ୍ଟ୍ରାଲ୍‌ କମାଣ୍ଡର ମୁଖ୍ୟ ଜେନେରାଲ କେନେଥ ମ୍ୟାକେଞ୍ଜି କହିଛନ୍ତି, ହମିଦ କରଜଇ ଏୟାରପୋର୍ଟରେ ଥିବା ୭୩ ବିମାନକୁ ସେନା ଡିମିଲିଟ୍ରାଇଜଡ୍‌ କରିପକାଇଛି।

ଏହାର ଅର୍ଥ ଏହି ସବୁ ବିମାନ ଏବେ ଆଉ ବ୍ୟବହାର କରିହେବ ନାହିଁ କି ଆଉ ଉଡ଼ାଣ ଭରିପାରିବ ନାହିଁ। ସେଗୁଡ଼ିକୁ କେହି ପୁନଃ କାର୍ଯ୍ୟକ୍ଷମ କରିପାରିବେ ନାହିଁ। ଏୟାରପୋର୍ଟରେ ୭୦ ଏମଆରଏପି ଅସ୍ତ୍ର ସଜ୍ଜିତ ଗାଡ଼ିକୁ ନଷ୍ଟ କରିଦିଆଯାଇଛି। ୨୭ଟି ହମ୍ବିଜ୍‌ ଟ୍ରକ୍‌କୁ ଡିଜାବଲ୍‌ କରିଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ