Masthead

ରାଇଘରରେ ମାଓ ପୋଷ୍ଟର, ଟାଟାକୁ ବିରୋଧ

ରାଇଘର (ବଡ଼ ଖବର ବ୍ୟୁରୋ): ରାଇଘରରେ ମାଓ ପୋଷ୍ଟର । ଟାଟା ପାୱାର୍ ସହ ନବରଙ୍ଗପୁର ସାଂସଦ ଓ ଝରିଗାଁ ବିଧାୟକଙ୍କୁ ବିରୋଧ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କାର୍ଯ୍ୟାଳୟ ଠାରୁ କୁନ୍ଦେଇ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ ୪ଶହ ମିଟର ପର୍ଯ୍ୟନ୍ତ ଲାଗିଛି ମାଓ ପୋଷ୍ଟର । ରାସ୍ତାରେ ପଡିଛି ଲିଫଲେଟ ।

ଉଦନ୍ତି ଏରିଆ କମିଟି ପକ୍ଷରୁ ଲାଗିଛି ପୋଷ୍ଟର । ଏହି ପୋଷ୍ଟର ଓ ଲିଫଲେଟ ମଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ କାର୍ଯ୍ୟକଳାପକୁ ବିରୋଧ କରାଯାଇଛି । ଝରିଗାଁ ବ୍ଲକ ତେଲ ନଦୀ ଉପରେ ପ୍ରସ୍ତାବିତ ଡ୍ୟାମକୁ ବିରୋଧ କରିଛନ୍ତି ମାଓବାଦୀ ।

ବିଦ୍ୟୁତ ସେବା ଯୋଗାଇବାରେ ବିଫଳ ହୋଇଥିବା ଟାଟା ପାୱାରର ମନମୁଖୀ କାର୍ଯ୍ୟକୁ ପୋଷ୍ଟର ଓ ଲିଫଲେଟରେ ବିରୋଧ କରିଛନ୍ତି ମାଓବାଦୀ । ପୂର୍ବରୁ ରାଇଘର ବ୍ଲକରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ମାରି ଆସୁଥିବାବେଳେ ଏବେ ମୁଖ୍ୟ ଦପ୍ତରରେ ଏଭଳି ପୋଷ୍ଟର ଓ ଲିଫଲେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ