ଟିକାକରଣରେ ଭାରତ ବିଶ୍ୱରେ ଅଗ୍ରଣୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱ ମହାମାରୀ କାରୋନା ବିନାଶ ପାଇଁ ଭାରତ ସମେତ ୨୧୩ ରାଷ୍ଟ୍ର ଦିନରାତି ଏକ କରିଦେଇଥିଲେ । ପ୍ରଥମେ ଭାରତ ଏହି ଅଭିଯାନରେ ସଫଳ ହୋଇଛି । ସମଗ୍ର ଦେଶରେ ଟିକାକରଣ ଅଭିଯାନ ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି । ଦେଶରେ ୧୩ ଦିନରେ ଟିକା ନେଲେଣି ୩ ନିୟୁତ ଲୋକ । ଟିକାକରଣରେ ଭାରତ ବିଶ୍ୱର ଅଗ୍ରଣୀ ଦେଶ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

୩୦ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୧୮ଦିନ ସମୟ ନେଇଛି, ଇସ୍ରାଏଲ ୩୩ ଦିନ ଏବଂ ଇଂଲଣ୍ଡ ୩୬ଦିନ ସମୟ ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡିଛି । ବିଶ୍ୱର ବିକାଶୀଳ ଦେଶଗୁଡ଼ିକ ତୁଳନାରେ ଭାରତ ବହୁ ପଛରେ ଟିକାକରଣ ଅଭିଯାନ ଆରମ୍ଭ କରିଥିଲା । ଜନସଚେତନତା ଓ ସରକାରୀ କଳର ତତ୍ପରତା ଯୋଗୁଁ ଟିକାଦାନ ହାର ଦ୍ରୁତ ବେଗରେ ବୃଦ୍ଧି ପାଇଛି । ଜାନୁଆରୀ ୧୬ ତାରିଖରେ ସମଗ୍ର ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା ।

ଏହି ଦିନ ହିଁ ସମଗ୍ର ଦେଶରେ୨ ଲକ୍ଷ ଲୋକ ଟିକା ନେଇଥିଲେ । ପରେ ଏହା ୫ ଲକ୍ଷକୁ ବୃଦ୍ଧି ପାଇଥିଲା । ଦେଶରେ ୨ଲକ୍ଷରୁ ଅଧିକ ଟିକା ନେଇଥିବା ରାଜ୍ୟ ଗୁଡିକ ହେଲା ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!