Masthead

ବିଜେଡିର ପଦଯାତ୍ରାକୁ ବିରୋଧ କଲେ ଗ୍ରାମବାସୀ, ଅଧାରୁ ଫେରିଲା ପଦଯାତ୍ରା

ବାରିପଦା (ବଡ଼ ଖବର ବ୍ୟୁରୋ):ବିଜେଡିର ପଦଯାତ୍ରାକୁ ଗ୍ରାମବାସୀଙ୍କ ବିରୋଧ । ଅଧା ବାଟରୁ ଫେରିଲା ପଦଯାତ୍ରା । ମୟୂରଭଞ୍ଜ ରାସଗୋବିନ୍ଦପୁର ଝାଟିଅଡା ପଂଚାୟତରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଅଂଚଳର ବିକାଶ ହୋଇନଥିବାରୁ ବିରୋଧ କରିଥିବା ଜଣାପଡ଼ିଛି । ସେପଟେ ମୋରଡ଼ା ବିଧାୟକଙ୍କ ବିରୋଧରେ ଅସନ୍ତୋଷ ବଢୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ବିଜେଡି ଦଳ ପକ୍ଷରୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତିରୁ ଚାଲିଛି ଜନସଂପର୍କ ପଦଯାତ୍ରା । ମୟୂରଭଞ୍ଜ ରାସଗୋବିନ୍ଦପୁର ଝାଟିଅଡା ପଂଚାୟତରେ ଜନସଂପର୍କ ପଦଯାତ୍ରା ଚାଲିଥିବା ବେଳେ ବିଜେଡି ନେତାଙ୍କୁ ବିରୋଧ ପ୍ରଦର୍ଶନ କରିଥବବା ଦୃଶ୍ୟ ଦେଖିବାକୁ ମିଳିଛି । ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ନିର୍ବାଚନ ମଣ୍ଡଳରୁ ଏ ଦୃଶ୍ୟ ଆସିଥିବା ବେଳେ ବିଧାୟକଙ୍କ ବିରୋଧରେ ବିଦ୍ରୋହର ସ୍ୱର ଆଭାସ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ