Masthead

‘କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଗତ ଜନଗଣନା’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଗତ ଜନଗଣନା । ଏନେଇ କଂଗ୍ରେସ ସିଡବ୍ଲ୍ୟୁସି ବୈଠକ ପରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ଜାତିଗତ ଜନଗଣନାକୁ ନେଇ ଐତିହାସିକ ନିଷ୍ପତ୍ତି ସର୍ବସମ୍ମତି ଭାବେ ନିଆଯାଇଛି । କଂଗ୍ରେସ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ହିମାଚଳ ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ଛତିଶଗଡରେ ଜାତିଗତ ଜନଗଣନା କରାଯିବ । ଏ ସମ୍ପର୍କିତ ପ୍ରସ୍ତାବକୁ କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ପାରିତ କରାଯାଇଛି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ପାର୍ଟି ଏନେଇ ନିଷ୍ପତ୍ତି ନେଇଥିଲା । ଇଣ୍ଡିଆ ମେଣ୍ଟର ଅଧିକାଂଶ ପାର୍ଟି ମଧ୍ୟ ଜାତିଗତ ଜନଗଣନାକୁ ନେଇ ସହମତି ଦେଖାଇଛନ୍ତି । ହେଲେ କିଛି ପାର୍ଟି ଏହାକୁ ନେଇ ଅମଙ୍ଗ ଅଛନ୍ତି । ତେବେ ଆମେ ଫାସୀବାଦି ପାର୍ଟି ନୁହଁ । ମେଣ୍ଟର ଅଧିକାଂଶ ଦଳ ଜାତିଗତ ଜନଗଣନାକୁ ନେଇ ସହମତି ପ୍ରକାଶ କରିଛନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ସମସ୍ତ କଂଗ୍ରେସ ରାଜ୍ୟରେ ହେବ ଜାତିଭିତ୍ତିକ ଜନଗଣନା ବୋଲି କହିଛନ୍ତି ରାହୁଲ ଗାନ୍ଧି । ବୈଠକରେ କଂଗ୍ରେସ ନେତା ରାହାୁଲ ଗାନ୍ଧି କହିଛନ୍ତି, ‘ପ୍ରଧାନ ମନ୍ତ୍ରୀ ଜନଗଣନା କରିବାରେ ଅସମର୍ଥ । ପ୍ରଧାନମନ୍ତ୍ରୀ ଓବିସିଙ୍କ ପାଇଁ କାମ କରନ୍ତି ନାହିଁ । ପ୍ରଧାନମନ୍ତ୍ରୀ ଓବିସି ପାଇଁ କାମ କରନ୍ତି ନାହିଁ କେବଳ, ସେମାନଙ୍କୁ ମୁଖ୍ୟ ପ୍ରସଙ୍ଗରୁ ବିଭ୍ରାନ୍ତ କରନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ