Masthead

ବିଶ୍ୱ ଦେଖିଲା ସର୍ବବୃହତ ଟନେଲ୍

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ନିର୍ମାଣ ହୋଇଛି ବିଶ୍ୱର ସର୍ବବୃହତ ଟନେଲ୍ । ନିର୍ଦ୍ଧିଷ୍ଟ ସମୟସୀମା ପୂର୍ବରୁ ନିର୍ମାଣ ହୋଇଥିବା ଏହି ଟନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତି ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସୀମାନ୍ତ ସୁରକ୍ଷା ସଂଗଠନ ଦ୍ୱାରା ନିର୍ମିତ ଏହି ଟନେଲ ଦୁର୍ଗମ ଅଞ୍ଚଳର ଲୋକଙ୍କ ଲାଇଫଲାଇନ୍ ପାଲଟିବ ବୋଲି ଉଦଘାଟନୀ ଉତ୍ସବ ଅବସରରେ ମୋଦି କହିଛନ୍ତି । ହିମାଚଳ ପ୍ରଦେଶର ରୋହତଙ୍ଗରେ ଆୟୋଜିତ ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ,ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର,କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ସ୍ଥଳସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପ୍ରତିରକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏହି ଟନେଲ ନିର୍ବାହ କରିବ । ଅଟଳ ଟନେଲ ନାମରେ ନାମିତ ଏହି ଗୁରୁତ୍ୱପୂର୍ଣ୍ଣ ଟନେଲ ଦ୍ୱାରା ମନାଲୀରୁ ଲେହ ମଧ୍ୟରେ ୪୬ କିମି କମ ରହିବ । ସମୁଦ୍ର ପତ୍ତନଠାରୁ ୧୦ ହଜାର ଫୁଟ ଉଚ୍ଚରେ ନିର୍ମିତ ହେି ଟନେଲର ଲମ୍ବ ୯.୦୨ କିମି । ୨୦୧୦ ମସିହା ଜୁନ ୨୮ ତାରିଖରେ ଏହି ଟନେଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ପ୍ରାୟ ସାଢେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୩ ହଜାର ମିଟର ଉଚ୍ଚ ପାହାଡ ଉପରେ ନିର୍ମିତ ଏହି ଟନେଲ ଅତ୍ୟାଧୁନିକ ଜ୍ଞାନକୌଶଳରେ ଭରପୂର । ଟନେଲର ପ୍ରତି ୭୫ ମିଟର ବ୍ୟବଧାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି । ପ୍ରତି ୬୦ ମିଟରରେ ସିଟି କ୍ୟାମେରା ଲାଗିଥିବା ବେଳେ ୧୫୦ ମିଟର ବ୍ୟବଧାନରେ ରହିଛି ଏମାରଜେନ୍ସି ଫୋନ । ସମଗ୍ର ଟନେଲରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଲେହ ଓ ମନାଲୀ ମଧ୍ୟରେ ଯାତାୟତ ସୁଗମ ନଥିଲା । ବର୍ଷକୁ ପାଞ୍ଚମାସ ରାସ୍ତା ବନ୍ଦ ରହୁଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା