କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଧରାପଡିଲା ଚୋରାମଦ ବ୍ୟବସାୟ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ହରିଡାପାଳ ପଞ୍ଚାୟତ ଟୋଲଙ୍କପଡା ଗ୍ରାମରେ ଚୋରା ମଦ, ମହୁଲି ବିକ୍ର କରୁଥିବା ଜାଣି ସେହି ବ୍ୟକ୍ତିଙ୍କ ବିରୋଧରେ ଗ୍ରାମର ଯୁବଗୋଷ୍ଠୀ ପୋଲିସକୁ ଅବଗତ କରାଇଥିଲେ ।
ଘଟଣା ସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ମଙ୍ଗଳପୁର ଗ୍ରାମର ବାବୁଲି ଦାସ ନାମକ ବ୍ୟକ୍ତିକୁ ଥାନାକୁ ନେଇ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଲୁଚି ଲୁଚି ଚୋରା ମହୁଲି ବେପାର କରୁଥିବା ବେଳେ ବର୍ତ୍ତମାନ ବାବୁଲି ଦାସ ଖୁଲମ ଖୁଲା ମହୁଲି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ମହୁଲି ପିଇ ଅନେକ ଯୁବକ ମୃତ୍ୟୁବରଣ କଲେଣି ଏବଂ ଅନେକ ବ୍ୟକ୍ତି ରୋଗରେ ପଡ଼ି ହନ୍ତସନ୍ତ ହେଉଛନ୍ତି ।
ଏହାକୁ ଆଖିଆଗରେ ରଖି ଗ୍ରାମର ଯୁବଗୋଷ୍ଠିମାନେ ଏକତ୍ରିତ ହୋଇ ଚୋରାରେ ମହୁଲି, ମଦ,ଗଞ୍ଜେଇ ବିକ୍ରି କରୁଥିବା ଲୋକଙ୍କ ଘରଘର ବୁଲି ଏହା ବିକ୍ରି ନକରିବାକୁ ସତର୍କ କରାଇଛନ୍ତି । ଏହାପରେ ଯେଉଁ ବ୍ୟକ୍ତି ଅମାନିଆ ହୋଇ ବିକ୍ରି କରିବେ ତାଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୁବଗୋଷ୍ଠି ପ୍ରକାଶ କରିଛି ।