Masthead

ଆଉ ହେବନି ରେଳ ଦୁର୍ଘଟଣା, ଲାଗିବ କ୍ୟାମେରା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରେଳ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । । ଟ୍ରେନ ଲାଇନଚ୍ୟୁତ କରିବାକୁ ଯୋଜନା କରୁଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସରକାର କରିଛନ୍ତି ବଡ଼ ଯୋଜନା । ଯାତ୍ରୀଙ୍କ ସରୁକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏଥର ଟ୍ରାକ ଏବଂ ଆଖପାଖ ଅଞ୍ଚଳରେ କ୍ୟାମେରା ଲଗାଯିବ । ଏହାସହିତ ଟ୍ରେନର ଇଞ୍ଜିନ ବଗିରେ ମଧ୍ୟ କ୍ୟାମେରା ଲଗାଯିବା ନେଇ ଯୋଜନା କରାଯାଇଥିବା ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନିକଟରେ ଦୁଇଥର ଟ୍ରେନ ଲାଇନଚ୍ୟୁତ କରିବା ନେଇ ଯୋଜନା କରିଥିଲେ ଦୁର୍ବୃତ୍ତ ।

ଟ୍ରେନ ଟ୍ରାକକୁ ସିଲିଣ୍ଡର ଏବଂ ସିମେଣ୍ଟ ସ୍ଲାବ ମିଳିଥିଲା । ତେବେ ଟ୍ରେନ ଲାଇନଚ୍ୟୁତ କରିବା ନେଇ ଷଡଯନ୍ତ୍ର କରାଯାଇଥିବା ଅନୁମାନ କରି ଏଭଳି ପଦକ୍ଷେପ ଆପଣା ଯାଇଥିବା କଥା କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି, ଟ୍ରେନର ଆଗ ଏବଂ ପଛ ଭାଗରେ ଏବଂ ଇଞ୍ଜିନର ଉଭୟ ପାର୍ଶ୍ୱରେ ଏବଂ ଟ୍ରେନର ଗାର୍ଡ କୋଚରେ କ୍ୟାମେରା ଲଗାଯିବ । ତିନି ମାସ ମଧ୍ୟରେ କ୍ୟାମେରା ଲଗାଇବା ପାଇଁ ଚୁକ୍ତି କରାଯିବ ଏବଂ ସମସ୍ତ ଟ୍ରେନରେ କ୍ୟାମେରା ଲଗାଯିବ । ଏକ ସାଧାରଣ ଡାଟା କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ, ଯେଉଁଠାରେ ଏହି ସମସ୍ତ କ୍ୟାମେରାରେ ରେକର୍ଡ ହୋଇଥିବା ଭିଡିଓ ଫୁଟେଜ୍ ସଞ୍ଚୟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ