Masthead

ରାମଲାଲାଙ୍କ ମାହେନ୍ଦ୍ର ବେଳା

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଭବ୍ୟ, ଦିବ୍ୟ, ଅଲୌକିକ ମୁହୂର୍ତ୍ତ । ଆଉ କିଛି ସମୟର ଅପେକ୍ଷା । ବହୁ ବର୍ଷର ପ୍ରତୀକ୍ଷା ଅନ୍ତ ହେବ, ଆସିବ ମାହେନ୍ଦ୍ର ବେଳା । ସାକାର ହେବ କୋଟି କୋଟି ନୟନର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ, ବଳିଦାନରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଉପନୀତ ହୋଇସାରିଛି ସେହି ବହୁ ଆକାଂକ୍ଷିତ ତିଥି । ସେହି ୮୪ ସେକେଣ୍ଡକୁ ସମସ୍ତେ ଅପେକ୍ଷା କରିଛନ୍ତି । ଗର୍ଭ ଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଗୋଟିଏ ଯୁଗର ଅବସାନ ଘଟିବ । ପୌଷ ଶୁକ୍ଳ ଦ୍ୱାଦଶୀ, ଜାନୁଆରୀ ୨୨ ତାରିଖ ଆଜି ସୋମବାର ।

କୃଷ୍ଣଶିଳା ନିର୍ମିତ ବିଗ୍ରହ ପାଇବେ ଜୀବନ୍ୟାସ । ଅପରାହ୍ନ ୧୨ଟା ୧୫ରୁ ୧୨ଟା ୪୫ ଯାଏଁ, ଅର୍ଥାତ ୩୦ ମିନିଟ ମାହେନ୍ଦ୍ର ବେଳା ରହିଛି । ଆଉ ସେଥି ମଧ୍ୟରୁ ୮୪ ସେକେଣ୍ଡ ରହିବ ଅଭିଜିତ ମୁହୂର୍ତ୍ତ । ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ଭିତରେ ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ଦିବ୍ୟ, ଭବ୍ୟ ଉତ୍ସବର ସାକ୍ଷୀ ରହିବ ଭାରତବର୍ଷ । ଦିନ ୧୦ଟାରୁ ଅତି ସ୍ୱତନ୍ତ୍ର ମଙ୍ଗଳ ଧ୍ୱନି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରାଣ ପ୍ରତିଷ୍ଠା ସମୟରେ ଅଯୋଧ୍ୟା ଝାଞ୍ଜ, ମୃଦଙ୍ଗ, ସଂକୀର୍ତ୍ତନ, ବେଦଧ୍ୱନୀରେ ପ୍ରକମ୍ପିତ ହେବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସେହି ସମୟକୁ ଅପେକ୍ଷା କରିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ନାରା ଜୟ ଶ୍ରୀରାମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି