Masthead

କରୋନାରେ ସଂକ୍ରମିତ ହେଲେ ୧୩ ଗରିଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଥିଲା । ଏଥିରେ ଅନେକ ଲୋକ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଧିରେ ଧିରେ ସାରା ବିଶ୍ୱରୁ କରୋନା ମହାମାରୀ ଆୟତ୍ତ୍ୱ ହେବାରେ ଲାଗୁଛି । ଏହ ମଧ୍ୟରେ ସାମ୍ନାକୁ ଆସିଛି ଏକ ତଥ୍ୟ । ମହାମାରୀ କରୋନାରେ ସଂକ୍ରମିତ ହେଲେ ୧୩ ଗରିଲା । ମଣିଷ ପରେ ପଶୁଙ୍କ ପାଖରେ ଏହି ଭାଇରସ ସଂକ୍ରମିତ ହେବା ପରେ ଚିନ୍ତାର ବିଷୟ ପାଲଟିଛି ।

ତେବେ ଜର୍ଜିଆସ୍ଥିତ ଆଟଲାଣ୍ଟା ଚିଡ଼ିଆଖାନାର ୧୩ ଗରିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ଗରିଲାଙ୍କ ମଧ୍ୟରେ ସବୁଠୁ ବୟସ୍କ ୬୦ ବର୍ଷୀୟ ଓଜିଇ ନାମକ ଗରିଲା ବି ସାମିଲ ଅଛି। ଏ ସମ୍ପର୍କରେ ସୂଚନା ଦେବାକୁ ଯାଇ ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି, ଚିଡ଼ିଆଖାନାରେ କିଛି ଗରିଲା ଅସୁସ୍ଥ ଥିବା କର୍ମଚାରୀ ଲକ୍ଷ୍ୟ କରିଥିଲେ। ସେମାନଙ୍କ ନାକରୁ ପାଣି ବାହାରିବା ସହ କଫ ବି ହୋଇଥିଲା। ଏଥିସହ ସେମାନଙ୍କ ଗତିବିଧିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ଏହାପରେ ଚିଡ଼ିଆଖାନା ପରିସରରେ ଥିବା ଏକ ଲ୍ୟାବରେ ୨୦ ଗରିଲାଙ୍କ ନମୁନା ପରୀକ୍ଷା କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ୧୩ ପଜିଟିଭ ଚିହ୍ନଟ ହୋଇଥିଲେ। ଲୋୱାସ୍ଥିତ ଜାତୀୟ ଭେଟେରାନି ସର୍ଭିସ ଲ୍ୟାବ୍‌କୁ ଏହି ରିପୋର୍ଟ ପୁନର୍ବାର ଅନୁଧ୍ୟାନ କରିବା ନିମନ୍ତେ ପଠାଯାଇଛି। ଗରିଲାଙ୍କ ଯତ୍ନ ନେଉଥିବା କିଛି କର୍ମଚାରୀଙ୍କଠାରୁ ସେମାନଙ୍କ ନିକଟକୁ ଏହି ଭାଇରସ ବ୍ୟାପିଥିବା ଅନୁମାନ କରାଯାଉଛି। ହେଲେ କର୍ମଚାରୀମାନେ ଡବଲ ଡୋଜ ଭ୍ୟାକସିନେଟେଡ ହୋଇ ସାରିଥିବା ବେଳେ ସେମାନଙ୍କ ନିକଟରୁ ଗରିଳାଙ୍କୁ କୌଣସି ବିପଦ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା