Masthead

ସୀମାନ୍ତରେ ସେନା ପ୍ଲାନ-୧୯୦

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୀମାନ୍ତରେ ଶାନ୍ତି ଭଙ୍ଗ କରୁଛି ଚୀନ । କେତେବେଳେ ଭାରତୀୟ ସୀମାକୁ ମାଡ଼ି ଆସି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରୁଛି ତ ଆଉ କେତେବେଳେ ନିଜ ସୀମାରେ ଶକ୍ତି ବୃଦ୍ଧି କରୁଛି । ଅଧିକ ସୈନ୍ୟ ଠୁଳ କରିବା ସହ ଉନ୍ନତ ଅସ୍ତ୍ରଶସ୍ତ୍ର ମହଜୁଦ ରଖି ଭାରତକୁ ଡ଼ରାଇବାର ଉଦ୍ୟମ କରୁଛି । ଏହାକୁ ଦୃଷ୍ଟ ରଖି ଅରୁଣାଚଳ ପ୍ରଦେଶରେ ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ନିକଟରେ ଭାରତୀୟ ସେନା ସୈନିକମାନଙ୍କୁ ଆକ୍ରମଣାତ୍ମକ ତାଲିମ ଦେବା ଆରମ୍ଭ କରିଛି।

ଏଥି ସହ ସୈନିକମାନେ ବ୍ୟାପକ ବ୍ୟାୟାମ ସହ ଧ୍ୟାନ ଅଭ୍ୟାସ ବି କରୁଛନ୍ତି। ଚୀନ୍ ପଟୁ ଯେକୌଣସି ବିପଦ ଆସିଲେ ବି ‘ମାର ନ ହେଲେ ମର’ ପଣରେ ତାହାର ମୁକାବିଲା କରିବା ପାଇଁ ସୈନିକମାନଙ୍କୁ ପ୍ରସ୍ତୁତ କରାଯାଉଛି। ବାସ୍ତବ ଯୁଦ୍ଧ ହେଲେ କିପରି ଶତ୍ରୁ ଟ୍ୟାଙ୍କଗୁଡ଼ିକୁ ଧ୍ବଂସ କରାଯିବ ସେ ବିଷୟରେ ତାୱଙ୍ଗ ଅଞ୍ଚଳରେ ସୈନିକମାନଙ୍କୁ ଶିକ୍ଷା ଦିଆଯାଉଛି । ସୂଚନା ଅନୁସାରେ ଗତବର୍ଷ ମେ ମାସରୁ ଚୀନ୍ ସୀମାନ୍ତରେ ଶାନ୍ତିଭଙ୍ଗ କରିଆସୁଛି। ସାମରିକ ଓ କୂଟନୈତିକ ସ୍ତରୀୟ ଅନେକ ପର୍ୟ୍ୟାୟ କଥାବାର୍ତ୍ତା ହୋଇଥିଲେ ମଧ୍ୟ ସବୁ ପ୍ରାୟ ବିଫଳ ହୋଇଛି। କଥାବାର୍ତ୍ତା ସମୟରେ ଚୀନ୍ ଯାହା ପ୍ରତିଶ୍ରୁତି ଦେଉଛି ତାହା ରକ୍ଷା କରୁନାହିଁ।

ଗତ ୧୦ ତାରିଖରେ ଶେଷ ପର୍ଯ୍ୟାୟ କଥାବାର୍ତ୍ତା ବିଫଳ ହୋଇଥିଲା। ଏଥିପାଇଁ ଉଭୟ ପକ୍ଷ ଉଭୟଙ୍କୁ ଦୋଷ ଦେଉଛନ୍ତି। ବର୍ତ୍ତମାନ ଏଲ୍‌ଏସି ପାଖରେ ଉଭୟ ପକ୍ଷରୁ ପ୍ରାୟ ୫୦,୦୦୦ରୁ ୬୦,୦୦୦ ସୈନ୍ୟ ମୁତୟନ କରାଯାଇଛି। ଏଭଳି ଉତ୍ତେଜନାମୟ ପରିସ୍ଥିତି ସମୟରେ ଭାରତୀୟ ସୈନିକଙ୍କ କଠୋର ତାଲିମ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ଚୀନ ସହ ମୁକାବିଲା କରିବା ଲାଗି ଭାରତ ଆପଣେଇଛି ପ୍ଲାନ-୧୯୦ । ଚୀନ ଅନୁପ୍ରବେଶକାରୀଙ୍କୁ କଡ଼ା ଜବାବ ଦେବ ଏହି ପ୍ଲାନ ।

ଭାରତୀୟ ବରିଷ୍ଠ ସେନା ଅଧିକାରୀଙ୍କ କହିବା ଅନୁଯାୟୀ ଚୀନର ଅନୁପ୍ରବେଶକୁ ମାତ ଦେବା ଲାଗି ପୁରା ତୟାର ଅଛି ସେନା । ଚୀନ ବିରୋଧରେ ଭାରତ ଆପଣେଇଥିବା ପ୍ଲାନ-୧୯୦ ହେଉଛି ଏଲଏସି ରେ ଥିବା ଭାରତୀୟ ସେନାମାନଙ୍କ ପାଇଁ ୧୯୦ ମିନିଟର ଏକ ସ୍ପେଶାଲ ଡ୍ରିଲ । ଯେଉଁ ଡ୍ରିଲରେ ୧୪୦ ମିନିଟ ଭାରତୀୟ ସେନା ପାହାଡ଼ର ୧୫ ହଜାର ଫୁଟ ଉଚ୍ଚତାରେ ଏକ ସ୍ପେଶାଲ ଏକ୍ସରସାଇଜ କରୁଛନ୍ତି । ଯାହା ଫଳରେ ଚୀନର ଅନୁପ୍ରବେଶକରୀଙ୍କୁ ମାତ ଦେବା ପାଇଁ ପୁରା ପ୍ରସ୍ତୁତ ରହିଛି ଭାରତୀୟ ସେନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ