ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା ମାଓବାଦୀଙ୍କୁ କଡା ଜବାବ ।ଅପରେସନ୍ ର ତୃତୀୟ ଦିନରେ ଭାରତୀୟ ସେନାର ବଡ ସଫଳତା । ନସ୍କଲ ବିରୋଧି ଅଭିଯାନ ସମୟରେ ଭାରତୀୟ ସେନାଙ୍କ ଦ୍ୱାରା ୭ ମାଓବାଦୀଙ୍କୁ ଏନ୍କାଉଣ୍ଟର କରାଯାଇଛି । ସାରା ରାତି ଚାଲିଥିଲା ସର୍ଚ୍ଚ ଅପରେସନ୍ । ଭାରତୀୟ ସେନା ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରିରହିଛି । ଛତିଶଗଡ ବିଜାପୁରରେ ଇନ୍ଦ୍ରାବତୀ ନ୍ୟାସନାଲ ପାର୍କରେ ମାଓବାଦୀଙ୍କ ବିରୋଧରେ ଅପରେସନ୍ ଜାରି ଥିବା ବେଳେ ଏଥିରେ ୭ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଏଥିରେ ୨ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥବା ସୂଚନା ମିଳିଛି ।ମୃତ ମାଓବାଦୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତଦେହ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୫ଜଣଙ୍କର ପରିଚୟ ସ୍ପଷ୍ଟ ହୋଇନାହିଁ । ଗୁରୁବାର ଦିନ କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ଏବଂ ଶୁକ୍ରବାର ତେଲେଙ୍ଗାନା କମିଟି ସଦସ୍ୟ ଭାସ୍କରର ମୃତଦେହ ଉଦ୍ଧାର ହୋଇଛି । ସେପଟେ ପ୍ରବଳ ଖରା ଯୋଗୁ ସର୍ଚ୍ଚ ଅପରେସନ୍ ବେଳେ କିଛି ଭାରତୀୟ ଯବାନ ଅସୁସ୍ଥ ମଧ୍ୟ ହେଇପଡ଼ିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ