Masthead

ଧରା ପଡ଼ିଲା ଓଡ଼ିଶାର ତିଶ ମାରଖାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଧରା ପଡ଼ିଲା ଓଡ଼ିଶାର ତିଶ ମାରଖାନ । ସାଢେ ତିନି ଦସନ୍ଧି ଧରି ଚାଲୁଥିଲା ଚୋର ପୁଲିସର ଖେଳ । ଦୀର୍ଘ ୩୩ବର୍ଷ ଧରି ଚୋରି କରି ୟେସ ଓ ଆରାମରେ ଜୀବନ ବିତାଉଥିଲା । । ଏପରି ଏକ ଚୋରକୁ କମିଶନରେଟ ପୁଲିସ ଗିରଫ କରିଛି । ଚୋର ଜଣକ ୮୦ ଦଶକରୁ ହିଁ କ୍ରାଇମ ଜଗତରେ ପାଦ ଥାପିଥିଲା । ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା । ସେଠାରେ ଜଣେ ଚୋର ସଂସ୍ପର୍ଷରେ ଆସି ଆରମ୍ଭ କରିଦେଇଥିଲା ଚୋରିର ତରିକା । ତରିକା ଏତେ ଚତୁର ଥିଲା ଯେ ଚୋରକୁ ଧରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ୁଥିଲା । ସେପଟେ ୩୩ ବର୍ଷରେ ୫୦୦ରୁ ଅଧିକ ଚୋରି କରିଛି ଚୋର ଜଣକ । ପାଖାପାଖି ୫କୋଟି ଟଙ୍କା ଚୋରିଥିବାର କଥା ସାମ୍ନାକୁ ଆସିଛି ।

ଚୋରୀ ଟଙ୍କାରେ ଗ୍ୟାଙ୍ଗଟକ୍, ଚେନ୍ନାଇ, ମୁମ୍ବାଇରରେ ଥିବା ଷ୍ଟାର ହୋଟେଲ ମାନଙ୍କରେ ୟସ ଓ ଆରାମ ଜୀବନ ବିତାଉଥିଲା । ଏପରିକି କଲ ଗାର୍ଲ ପଛରେ ପୁଳାପୁଳା ଟଙ୍କା ଉଡାଇବା ସହ ମଉଜ ମଜଲିସରେ ମସଗୁଲ ରହୁଥିଲା । ଖାଲି ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ଲୁଟପାଟ କରିବାରେ ମାହିର ଥିଲା ହେମନ୍ତ ଦାସ । ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲିରେ ମଧ୍ୟ ଚୋରି କରିଥିଲା । ଏହା ଛଡ଼ା କେବଳ ଭୁବନେଶ୍ୱରରେ ହିଁ ତା ନାଁରେ ୧୦୨ଟି କେଶ ରହିଛି ।

୨୦୧୮ରେ ତାଙ୍କୁ କମିଶନରେଟ ପୋଲିସ ଗିରଫ କରିଥିଲା । ପରେ ୨୦୨୦ରେ ପୁରୀରୁ ତାକୁ ଗିରଫ କରାଯାଇଥିଲା । କିନ୍ତୁ ଜେଲରୁ ବାହାରିବା ପରେ ପୁଣି ଚୋରୀ ପେଶାକୁ ଆପଣାଇ ନେଉଥିଲା । ହେଲେ ଏଥର ଗିରଫ ହେବା ପରେ ହେମନ୍ତ ଦାସ ଚୋରୀରୁ ରିଟାର୍ଡ ନେବେ ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ