Masthead

ଗହମ, ମୁଗ, କାଇଞ୍ଚରେ ତିଆରି ତିନି ଠାକୁର

ରଣପୁର (ବଡ଼ ଖବର ବ୍ୟୁରୋ): ସେ ଅନ୍ତର୍ୟାମୀ,ସେ ଭାବଗ୍ରାହୀ । ସାଢ଼େ ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ । ତାଙ୍କୁ ଯିଏ ଯେତେବେଳେ ଯେଉଁ ରୂପରେ ଚାହିଁଛି ସେ ଭକ୍ତର ମନସ୍ମାମନା ପୂରଣ କରିଛନ୍ତି । କାଳିଆ ସାଆନ୍ତଙ୍କ ଅପୂର୍ବ ଲୀଳା । ପବିତ୍ର ବାହୁଡ଼ାଯାତ୍ରା ଅବସରରେ ଜଣେ କୁନି କଳାକାର ବନ୍ଧାକଳାରେ ତିଆରି କରିଛନ୍ତି ସେହି ବିଶ୍ୱନିୟନ୍ତାଙ୍କ କମନୀୟ ରୂପ । ଏ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ପାଟରା ସାହିର କୁନିଭକ୍ତ ପ୍ରିୟବ୍ରତ ଗୁରୁ। ତାଙ୍କ କଳାର ଯଦୁଗିରୀ ସ୍ପର୍ଶରେ ଝଲସି ଉଠୁଛନ୍ତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା।

ଗହମ,ମୁଗ,କାଇଞ୍ଚ ଆଦିକୁ ବ୍ୟବହାର କରି ଏକ ନିଆରା ଢଙ୍ଗରେ ତିଆରି କରିଛନ୍ତି ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ସୁନ୍ଦର ପ୍ରତିମୂର୍ତ୍ତି । ଏଥିପାଇଁ ସେ ୫ କିଲୋ ଗହମ, ୫୦୦ ଗ୍ରାମ ମୁଗ ଏବଂ ୩୦୦ କାଇଞ୍ଚ ବ୍ୟବହାର କରି ୩ ଦିନରେ ଏହି ପ୍ରତିମୂର୍ତ୍ତିକୁ ତିଆରି କରିଛନ୍ତି । ପ୍ରଭୁଙ୍କ ନିର୍ଦ୍ଦେଶକ୍ରମେ ଏସବୁ କରିପାରୁଥିବା ପ୍ରକାଶ କରିଛନ୍ତି ପ୍ରିୟବ୍ରତ । ଆଉ ମୂର୍ତ୍ତି ତିଆରି ସମୟରେ ବାସୁଛି ଅଗୁରୁ, ଚନ୍ଦନ ଓ ତୁଳସୀର ମହମହ ବାସ୍ନା। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି ।

ପିଲାଟିବେଳୁ ଚିତ୍ର ଆଙ୍କିବା ଓ ମୂର୍ତ୍ତି ତିଆରି କରିବାରେ ରୁଚି ରଖନ୍ତି ପ୍ରିୟବ୍ରତ । ପଢୁଛନ୍ତି ଯୁକ୍ତ ୨ରେ । କାନଭାସ୍ ଚିତ୍ର, ମାଟି ମୂର୍ତ୍ତି,ବିଭିନ୍ନ ପଟ୍ଟଚିତ୍ର ତିଆରି କରିଥାନ୍ତି ସେ । କିନ୍ତୁ ଜଗନ୍ନାଥଙ୍କ ବିଭିନ୍ନ ପଟ୍ଟଚିତ୍ର ଆଙ୍କିବାରେ ସେ ବେଶ୍ ଆନନ୍ଦ ଅନୁଭବ କରନ୍ତି। ତାଙ୍କ ରଙ୍ଗତୁଳୀର ସ୍ପର୍ଶରେ ପଟିଦିଅଁ, ଜଗନ୍ନାଥଙ୍କ ମନ୍ଦିର,ତିନି ରଥ ଜୀବନ୍ତ ହୋଇଉଠନ୍ତି । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ଭକ୍ତର ଭକ୍ତି ତାଙ୍କ ପାଇଁ ନୈବେଦ୍ୟ । ତେବେ ଚଳିତବର୍ଷ କୋଭିଡ କଟକଣାରୁ ରଥାରୂଢ ଜଗାନ୍ନାଥଙ୍କୁ ଦେଖି ନପାରି କାଳିଆ କରୁଣାରୁ ବଞ୍ଚିତ ହେଲେ ଭକ୍ତ ।

ଭକ୍ତର ଭାବାବେଗକୁ ପ୍ରକାଶ କରିବା ପାଇଁ ବିଭିନ୍ନ ରୂପରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ରୂପ ଦେଉଛନ୍ତି କଳାକାର । ପାଠପଢ଼ା ବ୍ୟତୀତ ଚିତ୍ର ଆଙ୍କିବା, ମୂର୍ତ୍ତି ତିଆରି କରିବାରେ ପ୍ରିୟବ୍ରତଙ୍କ ଏଭଳି ବ୍ୟାକୁଳତାକୁ ଦେଖି ବେଶ୍ ଖୁସି ହୁଅନ୍ତି ବାପା ଘନଶ୍ୟାମ ଓ ମା’ ରୀନା ଗୁରୁ । ଆଗକୁ ଏଭଳି କଳା ମାଧ୍ୟମରେ ସେ ଅଞ୍ଚଳର ନାଁ ରଖିବ ବୋଲି ସମସ୍ତେ ବେଶ୍ ଆଶାବାଦୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍