Masthead

ବମ୍ବେ ହାଇକୋର୍ଟରେ ୱାଜିଦଙ୍କ ପତ୍ନୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସମ୍ପତି ମାମଲାକୁ କେନ୍ଦ୍ରକରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲିଉଡର ଦିବଙ୍ଗତ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ୱାଜିଦଙ୍କ ପତ୍ନୀ । ସମ୍ପତ୍ତି ପାଇଁ ୱାଜିଦଙ୍କ ଭାଇ ସାଜିଦ ଖାନ ଓ ତାଙ୍କ ମା’ଙ୍କ ବିରୋଧରେ ୱାଜିଦଙ୍କ ପତ୍ନୀ କମଲରୁଖ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ୱାଜିଦ୍ ଖାନ୍ ୨୦୧୨ରେ ନିଜ ସମ୍ପତ୍ତିକୁ ନେଇ ଏକ ଦସ୍ତାବିଜ ତିଆରି କରିଥିଲେ। ଏଥିରେ ୱାଜିଦ ତାଙ୍କ ପତ୍ନୀ ଓ ସନ୍ତାନଙ୍କ ନାମ ସାମିଲ କରିଥିଲେ ବୋଲି କମଲରୁଖ ଦାବି କରିଛନ୍ତି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାଜିଦ।

ସାଜିଦ ଓ ତାଙ୍କ ମା’ କହିଛନ୍ତି, ୨୦୨୦ରେ ୱାଜିଦ ନିଜ ସମ୍ପତ୍ତି ନେଇ ଦସ୍ତାବିଜ ତିଆରି କିରଥିଲେ ସେଥିରେ ତାଙ୍କ ପତ୍ନୀ ଓ ପିଲା ଛୁଆଙ୍କୁ କିଛି ବି ସମ୍ପତ୍ତି ନ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କମଲରୁଖ କହିଛନ୍ତି, ମୃତ୍ୟୁ ପୂର୍ବରୁ ତାଙ୍କ ସ୍ୱାମୀ ୱାଜିଦ ତାଙ୍କୁ ଓ ତାଙ୍କ ପିଲା ଛୁଆଙ୍କ ଭରଣପୋଷଣ ଦେବାକୁ ରାଜି ହୋଇଥିଲେ। ଏହା ବ୍ୟତୀତ କିଛି ସମ୍ପତ୍ତି ମଧ୍ୟ ଉପହାର ଆକାରରେ ତାଙ୍କୁ ଦେବା ପାଇଁ କହିଥିଲେ ।

କିନ୍ତୁ ଜୁନ୍ ୨୦୨୦ ରେ ୱାଜିଦଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ସାଜିଦ୍ ସମସ୍ତ ସମ୍ପତ୍ତି ହଡପ କରିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମେ’ ୩୧ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ୱାଜିଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତା’ପର ଦିନ ହିଁ ଅର୍ଥାତ ଜୁନ୍ ୧ରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ