Masthead

ବମ୍ବେ ହାଇକୋର୍ଟରେ ୱାଜିଦଙ୍କ ପତ୍ନୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସମ୍ପତି ମାମଲାକୁ କେନ୍ଦ୍ରକରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲିଉଡର ଦିବଙ୍ଗତ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ୱାଜିଦଙ୍କ ପତ୍ନୀ । ସମ୍ପତ୍ତି ପାଇଁ ୱାଜିଦଙ୍କ ଭାଇ ସାଜିଦ ଖାନ ଓ ତାଙ୍କ ମା’ଙ୍କ ବିରୋଧରେ ୱାଜିଦଙ୍କ ପତ୍ନୀ କମଲରୁଖ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ୱାଜିଦ୍ ଖାନ୍ ୨୦୧୨ରେ ନିଜ ସମ୍ପତ୍ତିକୁ ନେଇ ଏକ ଦସ୍ତାବିଜ ତିଆରି କରିଥିଲେ। ଏଥିରେ ୱାଜିଦ ତାଙ୍କ ପତ୍ନୀ ଓ ସନ୍ତାନଙ୍କ ନାମ ସାମିଲ କରିଥିଲେ ବୋଲି କମଲରୁଖ ଦାବି କରିଛନ୍ତି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାଜିଦ।

ସାଜିଦ ଓ ତାଙ୍କ ମା’ କହିଛନ୍ତି, ୨୦୨୦ରେ ୱାଜିଦ ନିଜ ସମ୍ପତ୍ତି ନେଇ ଦସ୍ତାବିଜ ତିଆରି କିରଥିଲେ ସେଥିରେ ତାଙ୍କ ପତ୍ନୀ ଓ ପିଲା ଛୁଆଙ୍କୁ କିଛି ବି ସମ୍ପତ୍ତି ନ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କମଲରୁଖ କହିଛନ୍ତି, ମୃତ୍ୟୁ ପୂର୍ବରୁ ତାଙ୍କ ସ୍ୱାମୀ ୱାଜିଦ ତାଙ୍କୁ ଓ ତାଙ୍କ ପିଲା ଛୁଆଙ୍କ ଭରଣପୋଷଣ ଦେବାକୁ ରାଜି ହୋଇଥିଲେ। ଏହା ବ୍ୟତୀତ କିଛି ସମ୍ପତ୍ତି ମଧ୍ୟ ଉପହାର ଆକାରରେ ତାଙ୍କୁ ଦେବା ପାଇଁ କହିଥିଲେ ।

କିନ୍ତୁ ଜୁନ୍ ୨୦୨୦ ରେ ୱାଜିଦଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ସାଜିଦ୍ ସମସ୍ତ ସମ୍ପତ୍ତି ହଡପ କରିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମେ’ ୩୧ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ୱାଜିଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତା’ପର ଦିନ ହିଁ ଅର୍ଥାତ ଜୁନ୍ ୧ରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା