Masthead

କରଞ୍ଜିଆରେ ବାଘ ଆତଙ୍କ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): କରଞ୍ଜିଆ ବନଖଣ୍ଡ ଅଧିନ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ଏକ ମହାବଳ ବାଘ ଚାଲି ଆସିଥିବାରୁ ବାଘକୁ ନେଇ ଠାକୁରମୁଣ୍ଡା ଅଞ୍ଚଳରେ  ଭୟ ଲାଗି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କେହି ବାଘକୁ ନ ଦେଖିଥିଲେ ମଧ୍ୟ ବାଘର ପାଦ ଚିହ୍ନ ହିଁ ଅଞ୍ଚଳରେ ତାର ଗତିବିଧି ସଂକ୍ରାନ୍ତରେ ସ୍ପଷ୍ଟ ପ୍ରମାଣ ଦେଇଛି । ଯାହାକୁ ନେଇ ବିଶେଷ କରି ହାତୀ ଘୋଡା ଓ ସାଲେଇବେଡା ପଞ୍ଚାୟତର ଆଖପାଖ ଗ୍ରାମଗୁଡିକରେ କୋକୁଆ ଭୟ ଅଧିକ ଦେଖାଯାଇଛି।

ଗାଁ ମୁହାଁ ହୋଇ ବାଘ ଆସିଥିବାର ଖବର ପାଇବା ପରେ ସମ୍ପୃକ୍ତ ଅଞ୍ଚଳରେ ବନକର୍ମଚାରୀମାନେ ପହଞ୍ଚି ସ୍ଥିତିକୁ ନିୟମିତ ଅନୁଧ୍ୟାନ କରୁଛନ୍ତି । ତେବେ ବନ ବିଭାଗର କହିବା ଅନୁଯାୟୀ ବାଘର ଗତିବିଧି ନଜର ରଖିବା ପାଇଁ ଜଙ୍ଗଲରେ ୨୦ ରୁ ଉର୍ଦ୍ଧ୍ବ କେମେରା ଲଗା ଯାଇଛି । ଗତକାଲି ଠାରୁ ବାଘ ବୁଲୁଥିବା ଅଞ୍ଚଳରେ ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ କରିବାର କାର୍ୟ୍ୟକ୍ରମ ଆରମ୍ଭ କରିଛି ବନ ବିଭାଗ । ଅନ୍ୟପଟେ ବନ ବିଭାଗର କର୍ମଚାରୀ ଓ ବାଘଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ବ୍ୟବସ୍ଥା ଜରିଆରେ ବାଘର ଗତିବିଧିକୁ ନେଇ ଏକ ସ୍ୱତନ୍ତ୍ର ଟିମ କାର୍ୟ୍ୟ କରୁଥିବା ନେଇ ସୂଚନା ଦେଇଛନ୍ତି କରଞ୍ଜିଆ ଡ଼ିଏଫଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ