Masthead

ଆଜି କରୋନା ମୃତ୍ୟୁର ରେକର୍ଡ ସୃଷ୍ଟି କରିଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ହାର କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ କୌଣସି ସୁଧାର ଆସିପାରିନାହିଁ । ଧିରେ ଧିରେ କମିବାର ଲାଗିଛି ସଂକ୍ରମଣ ସଂଖ୍ୟା । କିନ୍ତୁ ସୋମବାର କରୋନା ମୃତ୍ୟୁର ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ୫୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ରହିଛି ୪୨୪୮କୁ ବୃଦ୍ଧ ପାଇଛି । ସେପଟେ ୨୪ ଘଣ୍ଟାରେ ୨୮୦୩ ଆକ୍ରାନ୍ତ ଚିହ୍ନଟ ହୋଇଛି ।

ସଙ୍ଗରୋଧରୁ ୧୫୯୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୨୦୬ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫ ଜଣ ଥିବା ବେଳେ କଟକରୁ ୪୪୧, ମୟୂରଭଞ୍ଜରୁ ୧୯୧, ବାଲେଶ୍ୱରରୁ ୧୫୫, ପୁରୀରୁ ୧୫୪, ଯାଜପୁରରୁ ୧୫୩, କେନ୍ଦ୍ରାପଡ଼ାରୁ ୧୧୯, ଜଗତସିଂହପୁରରୁ ୧୧୭, ନୟାଗଡ଼ରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯ ଲକ୍ଷ ୨୪ ହଜାର ୬୯୯ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୦ ହଜାର ୭୭୮ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୨୯ ହଜାର ୬୨୦ଜଣ । ୭୪ ହଜାର ୭୪୦ ନମୁନା ପରୀକ୍ଷା ହୋଇଥିବା ବେଳେ କମିଛି ପଜିଟିଭ ହାର । ୩ ଦଶମିକ ୭୫ ପ୍ରତିଶତ ରହିଛି ପଜିଟିଭ ହାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା