ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) :ମହୁଆଙ୍କୁ ବାହାହେଲେ ପିନାକୀ । ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି ସାଂସଦ ପିନାକୀ ମିଶ୍ର ଓ ସାଂସଦ ମହୁଆ ମୋଇତ୍ରା । ଜର୍ମାନୀରେ ବିବାହ କରିଥିବା ନେଇ ଚର୍ଚ୍ଚା । ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା । ଶୁଣିବାକୁ ମିଳୁଛି ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ଥିଲା । ଏହି ବନ୍ଧୁତା ବର୍ତ୍ତମାନ ବିବାହରେ ପରିଣତ ହୋଇଛି । ପିନାକୀଙ୍କ ବୟସ ୬୫ବର୍ଷ ହୋଇଥିବା ବେଳେ ମହୁଆଙ୍କ ବୟସ ୫୦ ବର୍ଷ । ମେ ୩ ତାରିଖରେ ଜର୍ମାନୀରେ ବିବାହ କରିଥିବା ଚର୍ଚ୍ଚା । ବିବାହକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି । ପିନାକୀଙ୍କ ସହ ମହୁଆଙ୍କ ଦ୍ୱିତୀୟ ବିବାହ । ମହୁଆ ଏବେ ପଶ୍ଚିମବଙ୍ଗ କିଶନଗରର ସାଂସଦ । ସଂଗୀତା ମିଶ୍ରଙ୍କ ସହ ପିନାକୀଙ୍କର ପ୍ରଥମ ବିବାହ ଏବେ ମହୁଆଙ୍କୁ ବାହା ହୋଇଥିଲେ । କିନ୍ତୁ ଏନେଇ ପିନାକୀ ମିଶ୍ର ଓ ମହୁଆଙ୍କ ପକ୍ଷରୁ କିଛି ସୂଚନା ମିଳି ନାହିଁ । ବର୍ତ୍ତମାନ ଦୁହେଁଙ୍କ ର ଫଟୋ ସୋସିଆଲ୍ ମିଡିଆ ଭାଇରାଲ ହେବା ପରେ ଏମାନଙ୍କ ବିବାହକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’