Masthead

ଆଜି ପବିତ୍ର ରାମ ନବମୀ, ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଚୈତ୍ର ଶୁକ୍ଳପକ୍ଷର ନବମୀ ଦିନକୁ ରାମ ନବମୀ ଭାବେ ପାଳନ କରାଯାଏ । ରାମ ନବମୀକୁ ନେଇ ଆଜି ସାରା ଦେଶ ଉତ୍ସବ ମୁଖର । ସଜେଇ ହୋଇଛି ଦେଶର ସମସ୍ତ ରାମମନ୍ଦିର। ରାଜଧାନୀର ସମସ୍ତ ମଠ ମନ୍ଦିରରେ ହୋଇଛି ବ୍ୟାପକ ବ୍ୟବସ୍ଥା। ପ୍ରଭୁଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରେ ସକାଳୁସକାଳୁ ଲାଗିଛି ଭକ୍ତଙ୍କ ଭିଡ଼ । ଶ୍ରୀରାମ ନବମୀ ଅବସରରେ ସ୍ବତନ୍ତ୍ର ଭାବେ ସଜେଇ ହୋଇଛି ମନ୍ଦିର। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ହୋଇଛି।

ଶ୍ରୀରାମ ଚରିତ ମାନସ ନବାଙ୍ଗ ପାରାୟଣରେ ପୂର୍ଣ୍ଣାହୁତି ହେବା ପରେ ହୋମ ଯଜ୍ଞ କରାଯିବ। ମଧ୍ୟାହ୍ନ ପରେ ଶ୍ରୀରାମଙ୍କ ଜୟନ୍ତୀ ଆଳତି ହେବ। ପରେ ସନ୍ଧ୍ୟା ଆଳତି କରାଯାଇ ରାତିରେ ଭୋଗ ଆଳତୀ ଅନୁଷ୍ଠିତ ହେବ। ଏହି ଅବସରରେ ଠାକୁରଙ୍କ ପାଖରେ ପାଞ୍ଚ ମେଳା ଓ ଫଳ ଲାଗି ହେବ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଆଜି ଅନେକ ଲୋକ ବ୍ରତ-ଉପବାସ ରଖନ୍ତି । ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଆଜିର ଦିନ ଜନ୍ମ ହୋଇଥିଲେ । ତେଣୁ ଆଜିର ଦିନକୁ ରାମ ନବମୀ ଭାବରେ ପାଳନ କରାଯାଉଛି । ଭଗବାନ ଶ୍ରୀରାମ ଚନ୍ଦ୍ର ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି କୁହାଯାଏ । ଭଗବାନ ରାମ ଦାଶରଥ ଏବଂ ରାଣୀ କୌଶଲ୍ୟାଙ୍କ ସୁପୁତ୍ର ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ