Masthead

ଆଜି ହେଉଛି ବିଶ୍ୱ ଆମ୍ବ ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ବିଶ୍ୱ ଆମ୍ବ ଦିବସ । ପ୍ରାୟତଃ ଆମ୍ବ ଅନେକଙ୍କ ପ୍ରିୟ ଫଳ । ଆପଣ ଜାଣିଛନ୍ତି କି, ଓଡ଼ିଶାର ଢେଙ୍କାନାଳରୁ ଆମ୍ରପଲି ଆମ୍ବ ଦୁବାଇକୁ ରପ୍ତାନି ହୁଏ । ସମଗ୍ର ବିଶ୍ୱରେ ଏସୀୟ ଜଳବାୟୁରେ ଉତ୍ପାଦିତ ଆମ୍ବର ଚାହିଦା ଅଧିକ । ଯେଉଁଥିରୁ ଢେଙ୍କାନାଳର ଆମ୍ରପଲି ଆମ୍ବ ଅନ୍ୟତମ । ଆମ୍ବ ହେଉଛି ଗ୍ରୀଷ୍ମକାଳୀନ ଫଳ । ଖରାଦିନେ ଭାରତରେ ଆମ୍ବ ବ୍ୟବସାୟ ଜୋର ଧରିବା ସହ ବିଦେଶକୁ ମଧ୍ୟ ରପ୍ତାନି ହୁଏ ।

ଗବେଷକଙ୍କ ମୁତାବକ ପାଖାପାଖି ୪ହଜାର ବର୍ଷ ତଳେ ପ୍ରଥମେ ଭାରତରେ ଆମ୍ବ ଚାଷ ହୋଇଥିଲା । ସ୍ୱାଦରେ ପରିପୂର୍ଣ୍ଣ ଆମ୍ବର ଔଷଧୀୟ ଗୁଣ ବିଷୟରେ ଅବଗତ କରାଇବା ପାଇଁ ଜୁଲାଇ ୨୨ରେ ବିଶ୍ୱ ଆମ୍ବ ଦିବସ ପାଳନ କରାଯାଉଛି । ORMAS ମଧ୍ୟ ଦିଲ୍ଲୀର ମଦର ଡାଏରୀ ଏବଂ ଅନ୍ୟ କ୍ରେତାମାନଙ୍କୁ ଓଡ଼ିଶା ଆମ୍ବ ଯୋଗାଇଥାଏ । ପ୍ରିୟ ଫଳକୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୨ ରେ ଜାତୀୟ ଆମ୍ବ ଦିବସ ପାଳନ କରାଯାଏ । ଭାରତୀୟ ସଂସ୍କୃତିରେ ଏହାର ସମୃଦ୍ଧ ଇତିହାସ ରହିଛି ଏବଂ ସର୍ବଭାରତୀୟ ସ୍ତରରେ ଏହି ଫଳକୁ ଉପଭୋଗ କରାଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା