Masthead

ସାର୍କଙ୍କ ପାଇଁ ଦେବଦୂତ ସାଜିଲେ ଯୁବକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ପଶୁପକ୍ଷୀମାନେ ହେଉଛନ୍ତି ସମାଜର ଏକ ଅଭିନ୍ନ ଅଂଶ । ପଶୁପକ୍ଷୀମାନଙ୍କ କୋଳାହଳରେ ପରିପୁର୍ଣ୍ଣ ହୋଇଉଠେ ଚତୁଃପାଶ୍ୱର୍ । ମନୁଷ୍ୟ ଜଗତ ମଧ୍ୟ ପଶୁପକ୍ଷୀମାନଙ୍କୁ ସ୍ନେହ ଆଦର କରେ । ଏପରିକି କିଛି ମନୁଷ୍ୟ ଅଛନ୍ତି ଯିଏକି ପଶୁପକ୍ଷୀମାନଙ୍କୁ ନିଜ ପୁଅଝିଅ ପରି ସ୍ନେହ କରନ୍ତି । ନିଜର ପୁରା ଜୀବନକୁ ତାଙ୍କ ସହ ବିତାଇଥାଆନ୍ତି । ଏମିତିକି ଅନେକ ସମୟରେ ଦେଖିବାକୁ ମିଳେକି ନିଜ ଜୀବନକୁ ବିପଦରେ ପକାଇ ପଶୁମାନଙ୍କୁ ବଞ୍ଚାଇଥାଆନ୍ତି ।

ଯାହାର ଉଦାହାରଣ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିଲା ପରେ ସମସ୍ତେ କହିବେ ଏବେ ବି ମାନବିକତା ବଞ୍ଚିଛି । ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି ଜଣେ ଡାଇଭର ଗଭୀର ଜଳରେ ପଶି ଜାଲରେ ଫସି ରହିଥିବା ବଡ ମାଛକୁ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡୁଛି । ତଥାପି ସେ ତାଙ୍କର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ଟ୍ୱିଟରରେ ଗୁଡ ନ୍ୟୁଜ ମୁଭମେଣ୍ଟ ନାମକ ଏକ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରାଯାଇଛି ।

କ୍ୟାପସନରେ ଲେଖାଯାଇଛି କି ମାଛ ଜାଲରେ ୫ଟି ସାର୍କ ଫସିରହିଥିଲେ । ଏହପରେ ଜଣେ ଡାଇଭର ଗଭୀର ପାଣି ଭିତରକୁ ଯାଇ ସମସ୍ତ ପାଞ୍ଚଟି ସାର୍କକୁ ଉଦ୍ଧାର କରିଥିଲେ । ନିଜ ଜୀବନକୁ ବାଜିରେ ଲାଗାଇ ସାର୍କମାନଙ୍କୁ ଉଦ୍ଧାର କରିଥିବା ଏହି ଡାଇଭରଙ୍କର କାର୍ଯ୍ୟ ଦେଖିଲା ପରେ ହୃଦୟଙ୍ଗମ ହେଉଛିକି ଏବେବି ଲୋକଙ୍କ ଭିତରେ ବଞ୍ଚିଛି ମାନବିକତା । କାହିଁକି ନା ଯଦି ଡାଇଭର ସାର୍କମାନଙ୍କୁ ମୁକ୍ତ କରିନଥାନ୍ତେ ତେବେ ସମସ୍ତ ସାର୍କ ମୃତ୍ୟୁବରଣ କରିଥାଆନ୍ତେ ।

ଏହି ଭିଡିଓଟି ଦେଖିବା ପରେ ସମସ୍ତେ ଡାଇଭରଙ୍କୁ ପ୍ରଶଂସା କରିଛନ୍ତି । କାରଣ ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ସମସ୍ତେ ନିଜ ନିଜ କର୍ମମୟ ଜୀବନକୁ ନେଇ ବ୍ୟସ୍ତ ରହୁଥିବାବେଳେ ବହୁତ କମ୍ ଲୋକ ଅଛନ୍ତି ଯିଏକି ଏଭଳି ମହାନ କାର୍ଯ୍ୟ କରୁଛନ୍ତି । ଏହି ଭିଡିଓଟି ଟ୍ୱିଟରରେ ପ୍ରାୟ ୧୭ ହଜାରରୁ ଅଧିକ ଭିୟୁ ମିଳିଛି । ଏହାଛଡା ଏହି ଭିଡିଓ ଉପରେ ଦର୍ଶକ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ ଦର୍ଶକ ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ସୁନ୍ଦର, ଉତ୍କୃଷ୍ଟ କାର୍ଯ୍ୟ ଯେ ମଣିଷମାନେ ସାମୁଦ୍ରିକ ଜୀବଙ୍କ ଜୀବନ ବଞ୍ଚାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼