Masthead

ଆଜି ପବିତ୍ର ଦୀପାବଳି, ଦିଗମ୍ବର ବେଶରେ ଦର୍ଶନ ଦେଉଛନ୍ତି ମଣିବାବା

ଆରଡ଼ି (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ଦୀପାବଳି ଉତ୍ସବ ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିବ ମହାଦୀପ। ଏଥିପାଇଁ ମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ମନ୍ଦିରର ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ମହାସ୍ନାନ ସରିବା ପରେ ନୂତନବସ୍ତ୍ର, ଚନ୍ଦନ, ବେଲପତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଛି ମଣିବାବାଙ୍କୁ।

ପରେ ପହଡଖିଆ ଅନ୍ନନୀତି, ଯୋଗୀବେଶ, ବଡ ଅନ୍ନନୀତି ଭୋଗ ଲାଗି ହେବା ପରେ ୧ଘଣ୍ଟା ଅବକାଶ (ଶୟନ) ନୀତି କରାଯିବ। ପରେ ଦୀପାବଳି ନୀତି ନିମନ୍ତେ ମନ୍ଦିର ଗର୍ଭଗୃହକୁ ସଫେଇ କରାଯାଇ ଅପରାହ୍ନ ୪ଟାରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ। ସନ୍ଧ୍ୟାରେ ଦୀପଦାନ ଓ ଷୋଡଶ ଉପଚାର ପୂଜା , ବଡ଼ଆଳତୀ ନୀତି ସରିବା ପରେ ରାତ୍ର ୮ଟାରେ ପାଳିଆ ସେବାୟତଙ୍କ ଦ୍ୱାରା ମହାଦୀପ ପ୍ରସ୍ତୁତ କରାଯାୟୀ ଗୁପ୍ତଷୋଡଶ ଉପଚାର ପୂଜାରେ ମହାଦୀପ ମାର୍ଜନା ଓ ଅଗ୍ନି ସଂଯୋଗ କରାଯାଇ ରାତ୍ର ୯ଟାରେ ମହାଦୀପ ମନ୍ଦିରଚୂଡାକୁ ଉଠିବ ବୋଲି ନୀତି ନିର୍ଦ୍ଧାରଣ କରାଯାଇଛି।

ମଣିବାବାଙ୍କ ମନ୍ଦିରରେ ଜାଗର ଓ ଦୀପାବଳୀରେ ମହାଦୀପ ଉଠିଥାଏ। ଏହି ମହାଦୀପ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କର ସମାଗମ ହୋଇଥାଏ। ହେଲେ କୋଭିଡ କଟକଣା ବଳବତ୍ତର ରହିଥିବାରୁ ମହାଦୀପକୁ ଘରେ ରହି ଦର୍ଶନ କରିବାକୁ ଉଭୟ ସେବାୟତ ଓ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା