Before Header

ଜମିବାଡିକୁ କେନ୍ଦ୍ର କରି ହତ୍ୟା

0 35

ସୋନପୁର(ବଡ଼ ଖବର ବ୍ୟୁରୋ): ଜମିବାଡ଼ି ବିବାଦକୁ ନେଇ ଗଡିଲା ମୁଣ୍ଡ । ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଆମ୍ବସରଭଟା ଗାଁରେ । ସୂଚନା ଅନୁସାରେ ଜମି ବାଡିକୁ ନେଇ ଗାଁର ବଙ୍କା ସାହୁ ଓ ଚକା ସାହୁଙ୍କ ଭିତରେ ବିଲରେ କଥା କଟାକଟି ହୋଇଥିଲା ।

ତେବେ ଘରକୁ ଆସି ପୁଣି ଗଣ୍ଡଗୋଳ ହୋଇଥିବାବେଳେ ଚକା ସାହୁଙ୍କ ବାପ ପୁଅ ମିଶି ବଙ୍କାଙ୍କ ବେକକୁ ଟାଙ୍ଗିଆରେ ଏକ ଚୋଟ ମାରିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ସୁରେନ୍ଦ୍ର ଉଦ୍ଧାର କରିବାକୁ ଯାଇଥିବାବେଳେ ତାଙ୍କ ଦେହରେ ମଧ୍ୟ ଚୋଟ ଲାଗିଥିବାରୁ ସେ ଗୁରୁତର ହୋଇଛନ୍ତି । ସୁବଳୟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ଅନୁସଂଧାନ କରୁଥିବା ସୂଚନା ମିଳିଛି।

Leave A Reply

Your email address will not be published.