Masthead

ଆଜି ବଛାହୋଇପାରନ୍ତି ଏନସିପି ଅଧ୍ୟକ୍ଷ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ପଦରୁ ଇସ୍ତଫା ଦେବା ପରେ ଆଜି ବଛାହୋଇପାରନ୍ତି ଏନସିପିର ପରବର୍ତ୍ତୀ ଅଧ୍ୟକ୍ଷ । ଆଜି ଏନସିପିର ୧୬ ଜଣିଆ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ କାର୍ଯ୍ୟକର୍ତ୍ତାଙ୍କ ଦାବିକୁ ନେଇ ପାୱାର ତାଙ୍କ ଇସ୍ତଫା ଉପରେ ପୁର୍ନବିଚାର କରିବେ। ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ- ତାହାକୁ ନେଇ ଚାଲିଛି ଚର୍ଚ୍ଚା । ଅଧ୍ୟକ୍ଷ ପଦରୁ ଶରଦ ପାଓ୍ବାର ଇସ୍ତଫା ଦେବା ପରେ କିଏ ହେବେ ପରବର୍ତ୍ତୀ ନେତା ସେଥିନେଇ ଦଳରେ ଚାଲିଛି ମାନସମନ୍ଥନ ।

ସେପଟେ ସୁପ୍ରିୟା ସୁଲେଙ୍କୁ ଅଧ୍ୟକ୍ଷ ପଦ ଦିଆଯାଇପାରେ ବୋଲି ସୂଚନା ମିଳିଛି । ସୁପ୍ରିୟା ଏବେ ସାଂସଦ ଅଛନ୍ତି । ଗତକାଲି ସୁପ୍ରିୟାଙ୍କ ସହ ଦଳୀୟ ସଙ୍କଟ ପ୍ରସଙ୍ଗରେ ଆଲୋଚନା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ସେହିପରି ପାୱାରଙ୍କୁ ବି ଭେଟିଥିଲେ ଦଳର ଉପସଭାପତି ପ୍ରଫୁଲ୍ଲ ପଟେଲ । ଅନ୍ୟପଟେ ଜୟନ୍ତ ପାଟିଲ ଏବଂ ଅନ୍ୟାନ୍ୟ ଏନସିପି ନେତା ପାୱାରଙ୍କୁ ଭେଟି ଆସନ୍ତା ବର୍ଷ ଗୁରୁତ୍ୱପୂର୍ଣ୍ଣ ଲୋକ ସଭା ତଥା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା