Masthead

କୁଚିଣ୍ଡାରେ ଟ୍ରିପଲ ମର୍ଡର

କୁଚିଣ୍ଡା, (ବଡ଼ ଖବର ବ୍ୟୁରୋ): ଜମିବାଡ଼ି ବିବାଦକୁ ନେଇ ଟ୍ରିପଲ ମର୍ଡର। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଲପଡ଼ା ଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା କରିଛନ୍ତି ପଡ଼େଶୀ। ମୃତକମାନେ ହେଉଛନ୍ତି ପିରୁବତୀ ବେହେରା (୫୬), ତାଙ୍କ ଝିଅ ସାବିତ୍ରୀ ବେହେରା (୩୭) ଏବଂ ଜ୍ୱାଇଁ ଗିରିଧାରୀ ସାହୁ। ଅଭିଯୁକ୍ତ ପଡ଼ୋଶୀ ନବୀନ ଦେହେରୀ ଏମାନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗିରିଧାରୀଙ୍କ ମୃତଦେହ ବିଲରେ ପଡ଼ିଥିବାବେଳେ ପିରୁବତୀ ଏବଂ ସାବିତ୍ରୀଙ୍କ ମୃତଦେହ ଘରେ ପଡ଼ିଛି। ଘଟଣାସ୍ଥଳରେ ମହୁଲପାଲି ପୋଲିସ ପହଞ୍ଚି ଅଭିଯୁକ୍ତଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ