ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୫ ମାସ ଜେଲ ଦଣ୍ଡ, ଜାଣନ୍ତୁ କେଉଁଠି?

(ବଡ଼ ଖବର ବ୍ୟୁରୋ): ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୫ ମାସ ଜେଲ ଦଣ୍ଡ । ଗ୍ରାଫ୍ଟ ଅନୁସନ୍ଧାନକାରୀଙ୍କ ନିକଟରେ ହାଜର ହେବାକୁ ମନା କରିବା ପରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଯାକୋବ ଜୁମାଙ୍କୁ ଜେଲ ଦଣ୍ଡ ହୋଇଛି । ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଅଦାଲତ ମଙ୍ଗଳବାର କୋର୍ଟର ଅବମାନନା ଅଭିଯୋଗରେ ୧୫ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ବିଚାରପତି କହିଛନ୍ତି, “ଜୁମା କୋର୍ଟର ଅବମାନନା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୭୯ ବର୍ଷୀୟ ଜାକୋବ ଜୁମା, ତାଙ୍କ ପାଖାପାଖି ନଅ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅନେକ ଜାଲିଆତି ଏବଂ ଅନେକ ଦୁର୍ନୀତି ମାମଲାରେ ତାଙ୍କ ନାଁରେ ଅଭିଯୋଗ ହୋଇଛି।

ବିଚାରପତି କହିଛନ୍ତି ଯେ ଜୁମାଙ୍କୁ କାରାଗାରରେ ଦଣ୍ଡିତ କରିବା ଛଡା ମୋର କୌଣସି ବିକଳ୍ପ ନାହିଁ, ଆଶା କରୁଛି ଯେ ଏହା କରିବା ଦ୍ବାରା ଦେଶବାସୀଙ୍କ ଉପରେ ଏହା ଏକ ସ୍ପଷ୍ଟ ବାର୍ତ୍ତା ପଠାଇବ ଯେ ଆଇନର ନିୟମ ଏବଂ ନ୍ୟାୟ ବ୍ୟବସ୍ଥାର ପ୍ରାଧାନ୍ୟ ରହିଛି। ଜୁମାଙ୍କୁ ପାଞ୍ଚ ଦିନ ମଧ୍ୟରେ ନିଜକୁ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ