Masthead

ଆଜି ହାଇଦରର ପୋଷ୍ଟମର୍ଟମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ଗେମ୍ ଓଭର । ଶନିବାର ଏନକାଉଣ୍ଟରରେ ଟଳିପଡିଛି ସେକ୍ ହାଇଦର । ସିମୁଳିଆରେ ଫେରାର୍ ହେବା ସମୟରେ ପୋଲିସ ଗୁଳିରେ ହାଇଦରର ମୃତ୍ୟୁ ହୋଇଛି । ହାଇଦର ମୃତଦେହର ପୋଷ୍ଟମର୍ଟମ ରବିବାର କରାଯିବ ।  ହାଇଦରକୁ ଶନିବାର କଟକ ଚୌଦାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ଏହି ସମୟରେ ଅଧାବାଟରେ ସେ ପରିସ୍ରା କରିବାକୁ କହିଥିଲା ।

ପରିସ୍ରା ଯିବା ସମୟରେ ସେ ଫେରାର୍ ହେବାକୁ ଚେଷ୍ଟା କରିଥିଲା । ପୋଲିସ ହାଇଦରକୁ ଧରିବାକୁ ଯାଇ ଗୁଳି ମାରିଥିଲା । ଯାହାକି ତା ପେଟରେ ବାଜିଥିଲା । ହସ୍ପିଟାଲରେ ଶନିବାର ତାର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ହାଇଦର ପତ୍ନୀ ଏହି ମୃତ୍ୟୁ ଘଟଣାରେ ପୋଲିସକୁ ଦାୟୀ କରିଛି । ପୋଲିସ ଜାଣିଶୁଣି ହାଇଦରକୁ ମାରିଛି ବୋଲି ସେ କହିଛନ୍ତି । ଏହାସହ ତାଙ୍କୁ ତାଙ୍କ ସ୍ୱାମୀଙ୍କ ଡେଡବଡି ଦରକାର ବୋଲି ସେ ଦାବି କରିଛନ୍ତି । ସୂଚନା ଅନୁସାରେ, ପୋଷ୍ଟମର୍ଟମ ହେବା ପରେ ଶବକୁ ପରିବାରକୁ ସ୍ଥାନାନ୍ତର କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା