Masthead

ହ୍ୱାଇଟ ହାଉସକୁ ଫେରିଲେ ଟ୍ରମ୍ପ୍ , ଆସୁ ଆସୁ ଖୋଲିଦେଲେ ମାସ୍କ

(ବଡ଼ ଖବର ବ୍ୟୁରୋ): ହ୍ୱାଇଟ ହାଉସକୁ ଫେରିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । କୋଭିଡ଼ି ଆକ୍ରାନ୍ତ ହେବା ପରେ ସେ ୱାଲଟର ରିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚାରିଦିନର ଜରୁରୀ ଚିକିତ୍ସା ପରେ ଗତକାଲି ତାଙ୍କୁ ଡିସଚାର୍ଜ କରାଯାଇଛି । ହସ୍ପିଟାଲରୁ ହ୍ୱାଇଟ ହାଉସକୁ ଫେରିବା ପରେ ମୁହଁରୁ ମାସ୍କ ହଟାଇ ଦେଇଥିଲେ ଟ୍ରମ୍ପ୍ । ଏହା ସହିତ କରୋନାକୁ ନେଇ ଭୟଭୀତ ନହେବା ପାଇଁ ଦେଶବାସୀଙ୍କୁ ସେ ଅପିଲ କରିଛନ୍ତି ।
ଗତ ୨ ତାରିଖରେ ଟ୍ରମ୍ପ କରୋନା ପଜେଟିଭ୍ ଚହ୍ନଟ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚାରିଦିନର ଜରୁରୀ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । ତେବେ ହ୍ୱାଇଟ ହାଉସରେ ମଧ୍ୟ ତାଙ୍କର ୨୪ଘଣ୍ଟିଆ ଚିକିତ୍ସା ଜାରୀ ରହିବ ବୋଲି କହିଛନ୍ତି ଟ୍ରମ୍ପଙ୍କୁ ଚିକିତ୍ସା କରୁଥିବା ଡାକ୍ତର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ